କଲେଜ ନିର୍ବାଚନ, ବିଭିନ୍ନ ପଦପଦବୀ ନିମନ୍ତେ ୨୧ ଜଣ ନାମାଙ୍କନ ଦାଖଲ

ଛତ୍ରପୁର (ଓ୍ବାଇଏନଏସ): ଛାତ୍ର ସଂସଦ ନିର୍ବାଚନ ପାଇଁ  ସରିଲା ନୋମିନେସନ । କ୍ୟାମ୍ପସ ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ପ୍ରାର୍ଥୀ । ଆଜି ଦିନ ୧୦ ରୁ ୧ ଟା ଯାଏ ନାମାଙ୍କନ ଦାଖଲ କରିଥିଲେ ପ୍ରାର୍ଥୀ । ଦିନ ୨ ଟାରୁ ପ୍ରାର୍ଥୀପତ୍ର ଯାଂଚ ପ୍ରକ୍ରିୟା ହେବା ସହ ସଂଧ୍ୟା ୫ ଟାରେ ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ମଧ୍ୟ ଏହି ନିର୍ବାଚନ ପକ୍ରିୟା ଦେଖିବାକୁ ମିଳିଛି । ନୋମିନେସନ ବେଳେ ପ୍ରାର୍ଥୀଙ୍କ ପାୱାର ଶୋ ଦେଖିବାକୁ ମିଳିଛି । ନିଜ ନିଜ ସମର୍ଥକଙ୍କ ସହ ପଟୁଆରରେ ଯାଇ ପ୍ରାର୍ଥୀମାନେ ନାମାଙ୍କନ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଦିର୍ଘ ୮ ପରେ ଏହି ନର୍ବାଚନ ହେଉଛି । ଶେଷଥର ପାଇଁ ୨୦୧୭ ରେ ହୋଇଥିଲା । ଛତ୍ରପୁର କଲେଜରେ ୨୧ ଜଣ ପ୍ରାର୍ଥୀ ବିଭିନ୍ନ ପଦପଦବୀରେ ନାମାଙ୍କନ ଭରିଥିବା ବେଳେ ଯାଂଚ ପରେ ୨ ଜଣଙ୍କ କଟିଥିଲେ । ଗୋଟେ ସଂପାଦକ ପଦବୀ ଓ ଅନ୍ୟ ଗୋଟେ ସହ ସଂପାଦକ ପଦବୀ । ଦୁଇ ପ୍ରାର୍ଥୀଙ୍କ ପେପର ବେକ ଲାଗିଥିବାରୁ କଟିଥିବା କଲେଜ ଅଧ୍ୟକ୍ଷ ଡ.ଅଜେୟ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି । ସଭାପତି ପଦବୀ ନିମନ୍ତେ ଦୀପା ଶବର ଓ ଜ୍ୟୋର୍ତିମୟ ସାହୁ ନାମାଙ୍କନ ଭରି ଥିବା ବେଳେ ସଂପାଦକ ନିମନ୍ତେ ବିଭୂତି ନାୟକ ଓ ରବିନାରାୟଣ ସାହୁ । ଉପସଭାପତି ନିମନ୍ତେ ଅମିତ କୁମାର ସାହୁ ଓ ଏନ୍‌.ଦିନେଶ ରେଡ୍ଡି, ବାଳିକା କମନରୁମ ସଂପାଦକ ଭାବେ ବର୍ଷା ପ୍ରିୟ ଦର୍ଶିନୀ ଲେଙ୍କା ଓ ପି.ନିକିତା କୁମାରୀ । ସେହିପରି ବିଭିନ୍ନ ପଦ ପଦବୀ ନିମନ୍ତେ ନାମାଙ୍କ ଦାଖଲ ହୋଇଛି । ଆସନ୍ତାକାଲି ୧୦ ରୁ ୧ ଟା ପ୍ରର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ରହିଥିବା ବେଳେ ୩ଟା ରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ଛତ୍ରପୁର କଲେଜର ନିର୍ବାଚନ ଅଧିକାରୀ ଦାୟିତ୍ୱରେ ପ୍ରଦ୍ୟୁମ୍ନ ମାଢେଇ  ରହିଥିବା ବେଳେ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯିବା ସହ କଲେଜ ପରିସରରେ ପୁଲିସ ମୁତୟନ ରହିଥିଲେ । ଆସନ୍ତା ୧୫ରେ ସକାଳ ୮ ରୁ ଦିନ ୨ ଟା ପ୍ରର୍ଯ୍ୟନ୍ତ ଭୋଟ ଗ୍ରହଣ ପରେ ଭୋଟ ଗଣତି ଓ ଫଳାଫଳ ଘୋଷଣା ରହିଛି । ଛତ୍ରପୁର କଲେଜରେ ୧୬୫୦ ଛାତ୍ର/ଛାତ୍ରୀ ମାନେ ଭୋଟ ଦେବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ