ଜଣେ ଶିକ୍ଷକରେ ଚାଲିଛି ଧାତିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ସଂପ୍ରତି ସରକାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷା ର ମାନକୁ ବୃଦ୍ଧି କରିବା ପାଇଁ ବିଭିନ୍ନ ଯୋଜନା ଚାଲୁ ରଖିଛନ୍ତି। କିନ୍ତୁ ଆଜିବି ଅନେକ ବିଦ୍ୟାଳୟ ରହିଛି ଯେଉଁଠାରେ ଶିକ୍ଷକ ଅଭାବ ରହିଥିବା ଯୋଗୁଁ ପିଲାଙ୍କୁ ଉପଯୁକ୍ତ ଶିକ୍ଷା ମିଳି ପାରୁ ନଥିବା ଦେଖିବାକୁ ମିଳିଛି। ସରକାରୀ ବିଦ୍ୟାଳୟ ରେ ଶିକ୍ଷକ ଅଭାବ ଯୋଗୁଁ ଛାତ୍ରଛାତ୍ରୀ ମାନଙ୍କୁ ଉପଯୁକ୍ତ ଶିକ୍ଷା ମିଳି ପାରୁ ନାହିଁ ଯାହା ଫଳରେ ଅଭିଭାବକ ମାନେ ସରକାରୀ ବିଦ୍ୟାଳୟ ରୁ ମୁହଁ ଫେରାଇବା ଆରମ୍ଭ କରିବା ସହିତ ପିଲା ମାନଙ୍କୁ ଘରେଇ ସ୍କୁଲ ରେ ଶିକ୍ଷା ଗ୍ରହଣ କରିବାର ବ୍ୟବସ୍ଥା କରୁଛନ୍ତି ଯାହା ଫଳରେ ସରକାରୀ ବିଦ୍ୟାଳୟ ରେ ଦିନକୁ ଦିନ ଉପସ୍ଥାନ କମି କମି ଯାଉଥିବା ଦେଖିବାକୁ ମିଳିଛି। ଝୁମ୍ପୁରା ବ୍ଲକ ଅସନପାଟ କଷ୍ଟର ର ଧାତିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜଣେ ଶିକ୍ଷକ ରେ ଚାଲିଥିବା ଦେଖିବାକୁ ମିଳିଛି। ଏହି ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀର ପିଲା ପାଠ ପଢୁଛନ୍ତି। ପୂର୍ବରୁ ଏହି ବିଦ୍ୟାଳୟରେ ୨ ଜଣ ଶିକ୍ଷକ ପିଲା ମାନଙ୍କୁ ଶିକ୍ଷାଦାନ କରୁଥିଲେ। କିନ୍ତୁ ଏହି ବିଦ୍ୟାଳୟର ପ୍ରଧାନଶିକ୍ଷକ ଅବସର ଗ୍ରହଣ କରିବା ପରେ ଜଣେ ଶିକ୍ଷକ ବିଦ୍ୟାଳୟ ରେ ଆଜକୁ ଦେଢ ବର୍ଷ ରୁ ଉର୍ଦ୍ଧ୍ୱ ହେବ ପିଲା ମାନଙ୍କୁ ଶିକ୍ଷାଦାନ କରୁଛନ୍ତି। ଜଣେ ଶିକ୍ଷକ ୩ ଟି ଶ୍ରେଣୀ ର ପିଲା ମାନଙ୍କୁ ଏକାଠି ବସାଇ ଶିକ୍ଷାଦାନ କରୁଛନ୍ତି ଯାହା ଫଳରେ ଅଷ୍ଟମ ଶ୍ରେଣୀର ପିଲା ମାନଙ୍କୁ ଶିକ୍ଷାଦାନ ଷଷ୍ଠ ଶ୍ରେଣୀ ର ପିଲା ମାନେ କିଛି ବୁଝି ପାରୁ ନାହାନ୍ତି ଯାହା ଫଳରେ ଷଷ୍ଠ ଶ୍ରେଣୀ ର ପିଲା ମାନେ ଶିକ୍ଷକ ଶିକ୍ଷା ଦାନ କରିବା ସମୟରେ ଅନ୍ୟ ମନସ୍କ ରହୁଛନ୍ତି। ସରକାର ଆଦିବାସୀ ଶିକ୍ଷା ର ବିକାଶ କରିବା ଲକ୍ଷ୍ୟ ନେଇ ଯୋଜନା ପରେ ଯୋଜନା କରି ଚାଲିଛନ୍ତି ସତ କିନ୍ତୁ ଏହି ବିଦ୍ୟାଳୟରେ ଶତପ୍ରତିଶତ ଆଦିବାସୀ ପିଲା ଶିକ୍ଷା ଗ୍ରହଣ କରୁଥିଲେ ମଧ୍ୟ ବିଦ୍ୟାଳୟ ରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି କରିବା ଦିଗରେ ବିଭାଗୀୟ ଅଧିକାରୀ କାହିଁକି ଦୃଷ୍ଟି


