ଜୁଆ ଆଡ୍ଡା ଉପରେ ଚଢାଉ ୪ ଗିରଫ, ୪୪ ହଜାର ୮୪୦ଟଙ୍କା ଜବତ
ଛତ୍ରପୁର,(ଓ୍ବାଇଏନଏସ) : ଚମାଖଣ୍ଡି ଥାନା ପୋଲିସ କୌଣସି ପ୍ରକାରେ ସୂଚନା ପାଇଁ ସୋମବାର ରାତିରେମାଟିଖାଲ ଅଂଚଳ ରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ କରିବା ସହ ୪ ଜଣ ଜୁଆଡି ଙ୍କୁ ଗିରଫ କରିଛି | ଏହା ସହ ଜୁଆ ଆଡ୍ଡା ରୁ ୪୪ହଜାର ୮୪୦ ଟଙ୍କା ସହ ୨ବାଇକ,୫ ଟି ମୋବାଇଲ, ଏଲଇଡ଼ି ବଲବ ଓ ତିନୋଟି ତାସ କାଟା ଜବତ କରିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି | ଏନେଇ ଥାନା ରେ ୪୧୧/୨୫ ମାମଲା ରୁଜୁ କରିଛି ପୁଲିସ | ଚମାଖଣ୍ଡି ଥାନା ଅଧିକାରୀଣୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ଙ୍କ ନିର୍ଦେଶକ୍ରମେ ଏସଆଇ ଅଭିଜିତ ସାମଲ ଙ୍କ ସମେତ ବହୁ କର୍ମଚାରୀ ସାମିଲ ହୋଇଥିଲେ


