ନିଖୋଜ ଥିବା ମାନସିକ ବିକୃତ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଘରୋଣୀ ଗ୍ରାମ ପଞ୍ଚାୟତର ଦୋନରୁ ଗ୍ରାମର ମାନସିକ ବିକୃତ ନବନିତି ଚନ୍ଦ୍ରଡୁ (୪୪) ଗତ ୪ଦିନ ଧରି ନିଖୋଜ ଥିଲେ । ସାନକତୁରୁ ଠାରୁ ଘୋରଣୀ ରସ୍ତାର ମଧ୍ୟ ଭାଗରେ ତାଙ୍କର ମୃତ ଦେହ ଉଦ୍ଧାର ହୋଇଛି । ମୃତ ନବନିିତି ଚନ୍ଦ୍ରଡୁଙ୍କର ଦୁଇ ଝିଅ ଗୋଟିଏ ପୁଅ ରହିଥିବାର ଜଣାଯାଇଅଛି । ସାନ ଝିଅଙ୍କର ଆସନ୍ତା ସତେଇଶି ତାରିଖରେ ବିବାହ ହେବାର ଥିଲା । ପରିବାର ବର୍ଗଙ୍କ ବହୁ ଖୋଜା ଖୋଜି ପରେ ଗତକାଲି ରବିବାର ସନ୍ଧ୍ୟାରେ ତାର ମୃତ ଦେହ ଦେଖାଯାଇଥିଲା । ମୃତ ଦେହର ଅନେକାଂଶକୁ ବିଲୁଆ ଖାଇ ଦେଇଥିବା ଯୋଗୁଁ ମୃତ ଶରୀରଟି ଅତ୍ୟନ୍ତ କ୍ଷତବିକ୍ଷତ ହୋଇପଡିଛି । କେବଳ ମୁହଁଟି ଦେଖା ଯାଉଛି । ଏନେଇ ଗୁରାଣ୍ଡି ଥାନାରେ ଅଭିଯୋଗ ହେବାପରେ ଥାନା ଅଧିକାରିଣୀ ମମତା ପଣ୍ଡା, ଏସ୍‌.ଆଇ ଲୋକନାଥ ବେହେରା ପହଞ୍ôଚ ଅନୁସନ୍ଧାନ ଜାରି ରଖିଛନ୍ତି । ଆଜି ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଶବବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ଶବକୁ ହସ୍ତାନ୍ତର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ