ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପ୍ରାକ୍ତନ ଛାତ୍ରଙ୍କ ବୃକ୍ଷରୋପଣ

ଭୁବନେଶ୍ୱର,  ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପରିସରରେ ଅନୁଷ୍ଠାନର ପ୍ରାକ୍ତନ ଛାତ୍ରସଂସଦ ଆନୁକୂଲ୍ୟରେ ଆଜି ଏନ୍‌.ସି.ଇ.ଆର.ଟି ପ୍ରତିଷ୍ଠା ଦିବସ ଅବସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ବୃକ୍ଷରୋପଣ କରି ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ପ୍ରତିଷ୍ଠାନର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଉଷା କପୁର, ଗ୍ରନ୍ଥାଗାରିକ ଶ୍ରୀମତୀ ପୁଷ୍ପଲତା ନେଗି ଓ ସେକ୍ସନ ଅଫିସର ସୁଶାନ୍ତ ରାଉତ ମଧ୍ୟ ବୃକ୍ଷରୋପଣ କରି ଏହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ପ୍ରାକ୍ତନ ଛାତ୍ର ସଂସଦର ସଭାପତି ଦୁର୍ଯ୍ୟୋଧନ ପରିଡ଼ା, ଉପସଭାପତି ଚକ୍ରଧର ଦାଶ, ସମ୍ପାଦକ ରମେଶ ଚନ୍ଦ୍ର ପାତାଳସିଂହ, ସଂଗଠନ ସମ୍ପାଦକ ଶରତ କୁମାର ନାୟକ, କୋଷାଧ୍ୟକ୍ଷ କୈଳାସ ଚନ୍ଦ୍ର ମହାପାତ୍ର, କାର୍ଯ୍ୟକାରିଣୀ ସଭ୍ୟ ଡ. ହାଡ଼ିବନ୍ଧୁ ପଟ୍ଟନାୟକ, ଡ. ଦେବୀ ପ୍ରସନ୍ନ ମିଶ୍ର, ଅଧ୍ୟାପକ ସହଦେବ ମଲ୍ଲିକ, ଉପଦେଷ୍ଟା ପ୍ରସନ୍ନ କୁମାର ଭଞ୍ଜ ଓ ସଭ୍ୟ ପ୍ରଶାନ୍ତ କୁମାର ଜେନା ଉପସ୍ଥିତ ରହି ବୃକ୍ଷରୋପଣ ସହ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ପ୍ରତିଷ୍ଠାନର ଯୁବ ତତ୍ତ୍ୱବଧାରକ ତଥା ପ୍ରାକ୍ତନ ଛାତ୍ର ଶ୍ରୀ ପ୍ରଦୀପ କୁମାର ବେହେରା ଏହି କାର୍ଯ୍ୟକ୍ରମକୁ ଅତ୍ୟନ୍ତ ଦକ୍ଷତାର ସହ ସଂଯୋଜିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ