ବୈତରଣୀ ନଦୀରେ ବନ୍ୟା ଜଳ ହ୍ରାସ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଲଘୁଚାପ ଜନିତ ବର୍ଷା କାରଣରୁ ଭଣ୍ଡାରିପୋଖରୀ ବ୍ଲକ ଅଂଚଳରେ ଏକ ପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲଗାତର ତିନିଦିନ ଧରି ବର୍ଷା ଲାଗି ରହିବା ଫଳରେ ତଳିଆ ଅଂଚଳ ଜଳମଗ୍ନ ହୋଇଥିବାବେଳେ ଅନେକ ଚାଷ ଜମି କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ବିଶେଷ କରି ମଞ୍ଜୁରୀରୋଡ଼, ଆଖୁଆପଦା, ବାରିକପୁର, ସରସଦା ପ୍ରମୁଖ ଅଂଚଳର ଖାଲୁଆ ଚାଷ ଜମି ଗୁଡିକ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ଦିଆଯାଇଛି। ଏହା ସହିତ ବୈତରଣୀ ନଦୀରେ ଛୋଟ ଧରଣର ବନ୍ୟା ଆସି ମାଳଦା, ରହଣିଆ,ଷୋଳମପୁର ପ୍ରମୁଖ ପଞ୍ଚାୟତର ଅନେକ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ଯଦିଓ ନଦୀର ଆଖୁଆପଦା ଆନିକଟ ଠାରେ ବନ୍ୟାଜଳ ଦ୍ରୁତ ଗତିରେ ହ୍ରାସ ପାଇଛି ତଥାପି ଅନେକ ଚାଷ ଜମି ଏବେବି ସୁଦ୍ଧା ଜଳମଗ୍ନ ଥିବା ଜଣାପଡିଛି। ପ୍ରଶାସନ ପକ୍ଷରୁ ଯଥାଶୀଘ୍ର କ୍ଷୟକ୍ଷତି ଆକଳନ ପାଇଁ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ