ହସ୍ତୀ ଦିବସ ଅନୁଷ୍ଠିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗତକାଲି ଅପରାହ୍ନ ୪ ଘଟିକା ସମୟରେ ଶହୀଦନଗର, ଭୁବନେଶ୍ୱରଠାରେ ହସ୍ତୀ ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ହାତୀ ସୁରକ୍ଷା ଓ ସଚେତନତା ଉପରେ ଉପସ୍ଥିତ ବକ୍ତାମାନେ ଅନେକ ଗଠନମୂଳକ ମନ୍ତବ୍ୟ ଦେଇଥିଲେ । ଏହି ସଭାରେ ପ୍ରକୃତିବନ୍ଧୁ ପୁରସ୍କାରପ୍ରାପ୍ତ, ସମାଜସେବୀ ଶ୍ରୀ ଶିବନାରାୟଣ ମିଶ୍ର ସଭାପତିତ୍ୱ କରିଥିବା ବେଳେ ଶିକ୍ଷାବିତ୍ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟବକ୍ତା, ପରିବେଶବିତ୍ ଶ୍ରୀ ଚିତ୍ତରଞ୍ଜନ ବଳ ଓ ଶ୍ରୀ ଜିତେନ୍ଦ୍ର ରଥ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଶ୍ରୀ ସୁରେନ୍ଦ୍ର ନାଥ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ପ୍ରକାଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ