ସିପିଆଇ (ଏମଏଲ) ଲିବରେସନ ଦଳର ୫୮ ତମ ପ୍ରତିଷ୍ଠା ଦିବସ
ଗୁଣପୁର,(ୱାଇଏନଏସ):କୋଲଲନରା ବ୍ଲକ ଅନ୍ତର୍ଗତ ତଳ ଶିକାବାଡି ଗ୍ରାମରେ ବୁଧବାର ଦିନ ସିପିଆଇ (ଏମଏଲ) ଲିବରେସନ ଦଳର ୫୮ ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ରେଡ଼ ଚାରୁମଜୁମଦାର ଓ କ. ଲେଲିନ୍ ଙ୍କ ତୈଳ ଫଟୋ ଚିତ୍ରରେ ସାମୁହିକ ପୁଷ୍ପମାଲ୍ୟାର୍ପଣ କରିବା ସହ କମ୍ରେଡ଼ ଚରୁମାଜୁମଦାର ଓ କମ୍ରେଡ଼ କେ.ଲେଲିନଙ୍କ ସ୍ମୃତି ଚାରଣ କରିଥିଲେ। ଏହି ପରିପ୍ରେକ୍ଷୀରେ ସିପିଆଇ (ଏମ ଏଲ) ଲିବରେସନ ଜିଲ୍ଲା ସମ୍ପାଦକ ଶ୍ରୀ ତ୍ରିପତି ଗମାଙ୍ଗଙ୍କ ତତ୍ୱାବୋଧନ ରେ,ସୀମାଦ୍ରୀ ପାତିକା, ଅନିରୁଦ୍ଧ ନିଶିକା, ମୁରଲୀ ମୂଟୁକା, ବୁଡୁ ତୋଇକା, ତୁଳସୀ କୁମୁରିକା, ମୋହନ ପାତିକା, ଶିବ ହରକା, ସେଞ୍ଜିଆମା କଣ୍ଡାଗରି, ମୋହନ ନିଶିକା, ଗୁଣ୍ଡୁରୁ ତୋଇକା ପ୍ରମୁଖ ଉପସ୍ଥିତ ରହିଥିଲେ।


