ପୋଖରୀରେ ବୁଡି ଯୁବକ ମୃତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ବ୍ଲକ ତଥା ପୁରୁଷୋତ୍ତମପୁର ଥାନା ଅଧିନ ଧୋବାଡି ଗ୍ରାମ ପୋଖରୀରେ ବୁଡି ମଙ୍ଗଳବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସମ୍ପୃକ୍ତ ଗ୍ରାମର ଗୋପାଳକୃଷ୍ଣ ପାଢ଼ୀ(୧୮)।ସୂଚନା ପ୍ରକାରେ ମୃତ ଗୋପାଳ ମଙ୍ଗଳବାର ମଧ୍ୟାହ୍ନ ସମୟରେ ଗ୍ରାମ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ।ଅସାବଧାନତା ବଶତଃ ପୋଖରୀ ପାଣିରେ ଗୋଡ଼ ଖସି ଯାଇ ସେ ପାଣିରେ ବୁଡି ଯାଇଥିଲେ। ସେଠାରେ ଥିବା କିଛି ଯୁବକ ତାଙ୍କୁ ଉଦ୍ଧାର କରି ତାଙ୍କ ଘରକୁ ଆଣିଥିଲେ।ଯୁବକ ଜଣକ ସଂଜ୍ଞାହୀନ ଅବସ୍ଥାରେ ଥିବାରୁ ପରିବାର ଲୋକେ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁରୁଷୋତ୍ତମପୁର ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତ ଦେହକୁ ଜବତ କରିଛି। ଏନେଇ ପୁରୁଷୋତ୍ତମପୁର ଥାନାରେ କେଶ ନଂ- ୧୩/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ବ୍ୟବଚ୍ଛେଦ ସକାଶେ ଡାକ୍ତରଖାନା ପଠାଇ ଘଟଣାର ତଦନ୍ତ ଚଳାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ