୪୦ ଲିଟର ଆସ୍କା ଫଟି ସହିତ ବାଇକ୍ ଜବତ, ଜଣେ ଗିରଫ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ତିରୁଣା ଛକ ନିକଟରୁ ବୁଧବାର ସକାଳୁ ପୋଲିସ ଚୋରା ମଦ ନେଇ ଯାଉଥିବା ଏକ ମୋଟର ସାଇକେଲକୁ ଧରିବା ସହ ଚୋରା ମଦ ବେପାରୀକୁ ଗିରଫ କରିଥିବା ଜଣାଯାଇଛି । ସୂଚନାନୁଯାୟୀ ବୁଧବାର ସକାଳୁ ବାଲିକୁଦା ଅଂଚଳରୁ ଚୋରା ମଦ ଗଂଗଦାହାଟ ଅଂଚଳକୁ ଆସୁଥିବା ନାଉଗାଁ ଥାନାଧିକାରୀ ସଙ୍ଘମିତ୍ରା ନାୟକ ବିଶେଷସୂତ୍ରରୁ ଖବର ପାଇ ସଦଳବଳେ ଏକ ଟିମ୍ ତିରୁଣା-ଭୋଦା ରାସ୍ତାରେ ଜଗି ରହିଥିଲେ । ଏହି ସମୟରେ ବାଲିକୁଦା ଥାନା ଅଂଚଳର କାହ୍ନୁ ଚରଣ ବାରିକ ଏକ ମୋଟର ସାଇକେଲରେ ଏକ ବସ୍ତାରେ ଚୋରା ମଦ ବୋଝେଇ କରି ଗଙ୍ଗଦାହାଟ ମୁଖେ ଆସୁଥିଲା । ସେହି ସମୟରେ ପୋଲିସ ମଦ ବୋଝେଇ ଗାଡିକୁ ଜବତ କରିବା ସହିତ କାହ୍ନୁକୁ କାବୁ କରି ଥାନାକୁ ଆଣିଥିଲେ । ତାଙ୍କ ନିକଟରୁ ୪୦ଲିଟର ଆସ୍କା ଫଟି (ଦେଶୀ ମଦ) ଜବତ କରାଯାଇଥିଲା । ଥାନା ପକ୍ଷରୁ ୨୩୩/୨୩ରେ ଏକ ମାମଲା ରୁଜୁ କରାଯିବା ସହ କାହ୍ନୁଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ନାୟକ ସୂଚନା ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ