ଆଦର୍ଶ ଶିକ୍ଷକଙ୍କ ପରଲୋକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ସାହସପୁର ହାଇସ୍କୁଲର ପୂର୍ବତନ ଶିକ୍ଷକ ରାଜକିଶୋର ଜେନାଙ୍କର କଟକ ବଡ଼ ଡାକ୍ତରଖାନାରେ ହୃଦଘାତରେ ପରଲୋକ ହୋଇଯାଇଛି । ସେ ଜଣେ ଶାନ୍ତ, ଶିଷ୍ଟ, ଭଦ୍ର, ନମ୍ର, ମିଷ୍ଟଭାସୀ ଓ ଧର୍ମପରାୟଣ ଛାତ୍ରବତ୍ସଳ ଆଦର୍ଶ ଶିକ୍ଷକ ଭାବରେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମରଶରୀର ଫୋରଡ ଗ୍ରାମସ୍ଥିତ ବାସଭବନରେ ପହଞ୍ଚିବା ପରେ ଶେଷ ଦର୍ଶନ ପାଇଁ ଲୋକାରଣ୍ୟ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ପୂର୍ବତନ ସରପଞ୍ଚ ଫକୀର ଚରଣ ଖଟୁଆ, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ପରମାନନ୍ଦ ସେଠୀ, ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି, ସେବାସମବାୟ ସମିତିର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ବେହେରା, ନିରଞ୍ଜନ ପରିଡ଼ା, ନିରଞ୍ଜନ ସେଠୀ, ଶିଳ୍ପପତି ଗଣେଶ୍ୱର ନାୟକ, ଦୟାନିଧି ଜେନା, ଆଇନଜୀବୀ ସରୋଜ ଜେନା, ଟୁନା ମହାନ୍ତି ପ୍ରମୁଖ ଶେଷଦର୍ଶନ କରି ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଶବ ଶୋଭାଯାତ୍ରା କଂସାର ସାହସପୁର ହାଇସ୍କୁଲ ଠାରେ ପହଞ୍ଚିବା ପରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଧାଡିରେ ଛିଡ଼ା ହୋଇ ଶେଷଦର୍ଶନ କରିବା ସହିତ ସମ୍ମାନ ପ୍ରଦର୍ଶନ ପୂର୍ବକ ରାଜୁସାର୍ ଅମର ରହେ ଧ୍ୱନୀ ଦେଇଥିଲେ । ପୁରାତନ ଛାତ୍ରସଂସଦ ପକ୍ଷରୁ ସଭାପତି ଫକୀର ଚରଣ ଖଟୁଆ, ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ରାଉଳ, ପୂର୍ବତନ ଶିକ୍ଷକ ବୈଷ୍ଣବ ଚରଣ ବେହେରା, ମାଧବାନନ୍ଦ ପତ୍ରୀ ଓ ବିଦ୍ୟାଳୟ କମିଟି ଅଧ୍ୟକ୍ଷ ରମେଶ ଚନ୍ଦ୍ର ସେଠୀ ପ୍ରମୁଖ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ସହପାଠୀ ତଥା ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଦେବେନ୍ଦ୍ର କୁମାର ଦାସ ତାଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ