ବାବା ସାହେବ ଆମ୍ବେଦକର ଙ୍କ ୧୩୩ ତମ ଜୟନ୍ତୀ ଉତ୍ସବ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଭାରତରତ୍ନ ଡଃ ବି ଆର୍ ଆମ୍ବେଦକର ଶୃତି ସଂସଦ ପକ୍ଷରୁ ଜିଲ୍ଲା ସ୍ତରୀୟ ବୈଠକ ହାତିଓଟ ଠାରେ ସଂଘର ସଭାପତି ତଥା ବର୍ଷିୟାନ ଆଇନଜୀବୀ ସୁବ୍ରଣ୍ୟମ ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ୧୩୩ତମ ଜୟନ୍ତୀ ସଭାକୁ ସଂଗଠନ ର ଉପସଭାପତି ତଥା ବରିଷ୍ଠ ଶିକ୍ଷାବିତ ରବିନ୍ଦ୍ର ନାୟକ ଉଦଘାଟନ କରିବା ଶୋଷିତ ସମାଜ ପ୍ରତି ବାବାସାହେବଙ୍କ ଅବଦାନ ସଂପର୍କରେ ବିସ୍ତୃତ ଭାବେ ବ୍ୟାଖ୍ୟା କରିଥିଲେ। ନିମନ୍ତ୍ରିତ ଅତିଥି ସୁଶାନ୍ତ କୁମାର ସାହୁ ବାବାସାହେବଙ୍କ ଅନେକ କୃତିତ୍ୱ ଉପରେ ଉପସ୍ଥାପନ କରିଥିଲେ। ରାଜଲକ୍ଷ୍ମୀ ବେହେରା, ଦିଲ୍ଲୀପ କୁମାର ବେଜ, ସୁଧୀର କୁମାର ନାୟକ ଅନେକେ ପ୍ରସଙ୍ଗ ଆମ ଦାୟିତ୍ଵ ସଂପର୍କରେ ବ୍ୟାଖ୍ୟା କରିଥିଲେ। ସାନଖେମୁଣ୍ଡି ବ୍ଳକର ଆମ୍ବେଦକରବାଦୀ ନେତା ନିରଞ୍ଜନ ଦାଶ ଓମ୍ ପ୍ରକାଶ ବାଲ୍ମୀକି ଙ୍କ କାବ୍ୟ ଆବୃତ୍ତି କରି ସମ୍ପଦ ଲୁଟ୍ ର ଚକ୍ରବ୍ୟୁହ ସମ୍ପର୍କରେ ଚମତ୍କାର ବତ୍କବ୍ୟ ରଖିଥିଲେ। ଜାତିପ୍ରଥା ବିଲୋପ ଆନ୍ଦୋଳନ ର ଗଞ୍ଜାମ ଜିଲ୍ଲା ଆବାହକ ଶଙ୍କର ଇନକିଲାବ ମୂଖ୍ୟବକ୍ତା ଭାବେ ଯୋଗଦେଇ ଅମାନବୀୟ ଜାତିପ୍ରଥା ଏବଂ ଏହାର କୁତ୍ସିତ ଚେହେରା ସମ୍ପର୍କରେ ବ୍ୟାଖ୍ୟା ସହ ସମ୍ବିଧାନ ବର୍ତ୍ତମାନ କିଭଳି ବିପଦରେ ଅଛି ଏବଂ ୨୦୨୪ ସାଧାରଣ ନିର୍ବାଚନରେ ଆମେ କିପରି ପଦକ୍ଷେପ ନେଲେ ଏହାର ସୁରକ୍ଷା ହୋଇପାରିବ ସେ ଉପରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ। ଧର୍ମର ସାମ୍ପ୍ରଦାୟିକରଣ କରି କିପରି ଶୋଷଣ ଓ ଲୁଣ୍ଠନ ଆଜି କାୟା ବିସ୍ତାର କରିଛି ସଂଘର ସଭାପତି କେ ସୁବ୍ରନ୍ୟମ ରାଓ ବିସ୍ତାରିତ ବକ୍ତବ୍ୟ ରଖିଥିଲେ। ସଂଗଠନ ର ସାଧାରଣ ସମ୍ପାଦକ ଅମର ନାହକ ସଂଗଠନ କୁ ମଜବୁତ କରି ଆଗାମୀ ଦିନରେ ବିରାଟ ଆନ୍ଦୋଳନ ଗଢ଼ି ତୋଳିବାକୁ ଆହ୍ବାନ ଦେଇଥିଲେ। ସମସ୍ତଙ୍କୁ ସାଙ୍ଗଠନିକ ଯୋଗସୁତ୍ରରେ ବରିଷ୍ଠ ଆମ୍ବେଦକରବାଦୀ ନେତା ବାସୁଦେବ ନାୟକ ସଭା ପରିଚାଳନା ରେ ସହଯୋଗ କରିବା ସହ ସ୍ମୃତି ଚାରଣ କରିଥଲେ। ଏହି ସଭାରେ ଜିଲ୍ଲାର ବିଭିନ୍ନ ଆମ୍ବେଦକର ସଂଗଠକ ଓ ସମର୍ଥକ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ