ପ୍ରାର୍ଥୀ ଘୋଷଣା ପରେ ଭାଜପା ର ପ୍ରଚାର ଆରମ୍ଭ

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀ ରେ ପ୍ରାର୍ଥୀ ଘୋଷଣା ଓ ପ୍ରଚାର ରେ ଭାଜପା ଦଳ ପ୍ରଥମ ହୋଇଛି। ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟିକା ପ୍ରାର୍ଥନୀ ଭାବରେ ପ୍ରଭାତୀ ପରିଡା ଙ୍କ ନାମ ଘୋଷିତ ହେବାପରେ ସେ ନିମାପଡା ନଗର ମଣ୍ଡଳରୁ ଜନ ଆଶୀର୍ବାଦ ପଦଯାତ୍ରା ପତିତପାବନ ଦେବଙ୍କ ମନ୍ଦିର ପ୍ରାଙ୍ଗଣରୁ ଆରମ୍ଭ କରି ନିମାପଡା ବଜାର ପରିକ୍ରମା କରିବା ସହିତ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ଭେଟି ଆଶୀର୍ବାଦ ଭିକ୍ଷା କରିଥିଲେ।ଏହା ଏକ ସପ୍ତାହ ବ୍ୟାପି ବିଭିନ୍ନ ମଣ୍ଡଳରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ମୋଦିଜୀ ଙ୍କ ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଏବଂ ଓଡିଶାରେ ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଜନସାଧାରଣଙ୍କ ନିକଟରୁ ଆଶୀର୍ବାଦ ଭିକ୍ଷା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଜେପି ପ୍ରାର୍ଥୀନୀ ଶ୍ରୀମତୀ ପରିଡ଼ା ପ୍ରକାଶ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ନିରଞ୍ଜନ ନାୟକ,ସାଧାରଣ ସମ୍ପାଦକ ଜାନକୀନାଥ ଜେନା,ରାକେଶ ସେନାପତି, ଉପସଭାପତି ସତ୍ୟାଶିଷ ଦାଶ,ବରିଷ୍ଠ ନେତ୍ରୀ ମୀନଲତା ମହାନ୍ତି,ଜଚିନ୍ଦ୍ର ସ୍ୱାଇଁ,ଯୁବମୋର୍ଚ୍ଚା ସଭାପତି ମିଲନ୍ ମୁଖି ଓ ବରିଷ୍ଠ ନେତୃବୃନ୍ଦଙ୍କ ସମେତ ଶତାଧିକ କାର୍ଯ୍ୟ କର୍ତ୍ତା ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ