୰ ଚମ୍ପା ବେୱାଙ୍କ ଦ୍ୱାଦଶାହ ଅନୁଷ୍ଠିତ

ନୟାଗଡ଼, (ଯୁଗାବ୍ଦ ନ୍ୟୁଜ):ନୟାଗଡ଼ ଜିଲ୍ଳା ବଗଲ ଗ୍ରାମର ସମାଜସେବିକା ୰ଚମ୍ପା ବେୱାଙ୍କ ଦ୍ୱାଦଶ ସ୍ମୃତିଚାରଣ ସଭା ସ୍ଥାନୀୟ ବଗଲ ଗ୍ରାମ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ପୁତ୍ର ସନ୍ତୋଷ କୁମାର ବଳିଆରସିଂହଙ୍କ ସଂଯୋଜନାରେ ଆୟୋଜିତ ସ୍ମୃତିଚାରଣ ସଭାରେ ୰ ବେୱା ଜଣେ ପରୋପକାରିଣୀ, ମେଳାପୀ ବ୍ୟକ୍ତିତ୍ୱର ଅଧିକାରିଣୀ ଥିଲେ ବୋଲି ସ୍ମୃତିଚାରଣ ସଭାରେ ଉପସ୍ଥିତ ଦିବାକର ମଙ୍ଗରାଜ, ବିଜୟ ସାହୁ, ବିପିନ ବିହାରୀ ନାୟକ, ଭରତ ଚନ୍ଦ୍ର ସ୍ୱାଇଁ, ସନ୍ତୋଷ କୁମାର ବଳିଆରସିଂହ ପ୍ରମୁଖ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ପ୍ରସାଦ ସେବନ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବୋଲି ମହିମା ସେବା ଫାଉଣ୍ଡେସନର ସଭାପତି ନାରାୟଣ ଖୁଂଟିଆ ଏକ ପ୍ରେସ ବାର୍ତାରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ