ରାଷ୍ଟ୍ରୀୟ ପତ୍ରକାର ମହାସଂଘର ନୂଆ ଜାତୀୟ କମିଟି ଗଠିତ

ନୂଆଦିଲ୍ଲୀ,(ୱାଏନଏସ): ହଜଖସସ୍ଥିତ ଜଗନ୍ନାଥ ମନ୍ଦିର ସଭାଗୃହରେ ରାଷ୍ଟ୍ରୀୟ ପତ୍ରକାର ମହାସଂଘର କୋର କମିଟିର ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇ ପୁରୁଣା କମିଟି ଭଙ୍ଗ କରାଯାଇ ନୂତନ କମିଟି ଗଠନ କରାଯାଇଥିଲା । ଯେଉଁଥିରେ ସର୍ବସମ୍ମତିକ୍ରମେ ସଙ୍ଗଠନର ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପା ପାଣ୍ଡିଆ, ରାଷ୍ଟ୍ରୀୟ ସଭାପତି ଡକ୍ଟର ପବିତ୍ରମୋହନ ସାମନ୍ତରାୟ, ଉପସଭାପତି ଶିବୁ ଖାନ, କୋଷାଧ୍ୟକ୍ଷ ଧୀରଜ କୁମାର, ସଚିବ ପଙ୍କଜ କୁମାର ମିସ୍ତ୍ରୀ, ଉପସଚିବ ସୁଶାନ୍ତ କୁମାର ସୋନି, ଜାତୀୟ ପରିଷଦ ସଦସ୍ୟ ସୁଶୀଲ କୁମାର ଶର୍ମା ଓ ୱାଇ.କେ ନାରାୟଣପୁରକର ମନୋନୀତ ହୋଇଥିଲେ । ଉକ୍ତ ସଭାରେ ସଙ୍ଗଠନର ଶକ୍ତି ବୃଦ୍ଧି ଏବଂ ସାମ୍ବାଦିକମାନଙ୍କର ବିଭିନ୍ନ ସମସ୍ୟା ଉପରେ ବିଶଦ୍ ଭାବରେ ଆଲୋଚନା କରାଯାଇଥିଲା । ତାପରଦିନ ନୂଆଦିଲ୍ଲୀର ଜନପଥସ୍ଥିତ ୱେଷ୍ଟନକୋଟ ଠାରେ ଏକ ସ୍ୱତନ୍ତ୍ର ବୈଠକ ଆରମ୍ଭ ହୋଇଥିଲା । ବୈଠକରେ ନବନିଯୁକ୍ତ ରାଷ୍ଟ୍ରୀୟ ସଭାପତି ଡକ୍ଟର ପବିତ୍ର ମୋହନ ସାମନ୍ତରାୟ ଉପସ୍ଥିତ ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀଙ୍କୁ ଅନ୍ତରତାର ସହ ଧନ୍ୟବାଦ ପ୍ରଦାନ କରିବା ସହ ଆଗାମୀ ଦିନରେ ସଙ୍ଗଠନକୁ ରାଷ୍ଟ୍ରୀୟ ସ୍ୱରରେ ମଜବୁତ୍‌ କରିବା ଏବଂ ଦେଶରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ବନ୍ଧୁମାନଙ୍କ ସମସ୍ୟା ସମାଧାନ ଦିଗରେ ଆନ୍ତରିକତା ସହ କାର୍ଯ୍ୟକରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ୧୬ ନଭେମ୍ବର୨୦୨୪ ଜାତୀୟ ପ୍ରେସ୍‌ ଦିବସରେ ଦିଲ୍ଳୀରେ ରାଷ୍ଟ୍ରୀୟ ପତ୍ରକାର ମହାସଂଘ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ନବ ନିଯୁକ୍ତ ନୂତନ ରାଷ୍ଟ୍ରୀୟ ପଦାଧିକାରୀମାନେ ଦାୟିତ୍ୱ ଗ୍ରହଣ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ