ଡମ୍ପିଂୟାର୍ଡ ପାଲଟିଛି ପର୍ଯ୍ୟଟନସ୍ଥଳୀ

ପଦ୍ମପୁର,(ଭେଙ୍କଟ ରମଣ ପ୍ରଧାନ): ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଓ ପ୍ରକୃତି ନିବାସ ନୃସିଂହନାଥ ତାହାର ଅପରୁପ ସୌନ୍ଦର୍ଯ୍ୟ ଓ ଝରଣାର କୁଳୁକୁଳୁ ନାଦ ପାଇଁ ଅନେକ ପ୍ରକୃତିପ୍ରେମୀଙ୍କୁ ଆକର୍ଷିତ କରିଆସୁଛି। ଏହା ସହ ଗନ୍ଧମାର୍ଦ୍ଦନ ପାହାଡ଼ ଅଞ୍ଚଳ ବିଭିନ୍ନ ଔଷଧୀୟ ବୃକ୍ଷରେ ଭରି ରହିଥିବାରୁ ଏହାର ପରିବେଶୀୟ ଗୁରୁତ୍ୱ ମଧ୍ୟ ଅଧିକ ରହିଛି। ବର୍ତ୍ତମାନ ଧୀରେ ଧୀରେ ପ୍ଲାଷ୍ଟିକ, ଥର୍ମୋକଲ ଓ ଟେରିଲିନ ଜାତୀୟ ଅବଶିଷ୍ଟ ସାମଗ୍ରୀର ଡମ୍ପିଂୟାର୍ଡରେ ପରିଣତ ହେଉଥିବା ଦେଖାଯାଉଛି। ଯାହା ପର୍ଯ୍ୟଟନସ୍ଥଳୀ ପାଇଁ ଗଭୀର ବିପଦ ସୃଷ୍ଟି କରୁଛି। ଏଭଳି ପରିସ୍ଥିତି ଜାରି ରହିଲେ ଧୀରେ ଧୀରେ ଏହି ସ୍ଥାନର ଆକର୍ଷଣ କମିଯିବା ସହ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇବ ବୋଲି ସ୍ଥାନୀୟ ପରିବେଶବିତ୍‌ ଓ ବୁଦ୍ଧିଜୀବୀ ମହଳରେ ଅସନ୍ତୋଷ ପ୍ରକାଶ ପାଉଛି। ଏହାର ସ୍ଥାୟୀ ସମାଧାନ ସହ ଉଚିତ ୱେଷ୍ଟ ମ୍ୟାନେଜମେଣ୍ଟ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ଜୋର ଧରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ