ସିସି ଟିଭି କ୍ୟାମେରାରେ ରଙ୍ଗ ସ୍ପ୍ରେ କରି ଏଟିଏମରୁ ଲୁଟ୍

ଉଦଳା, (ରାଜୀବ କୁମାର ବେହେରା):ନୂଆ ତରିକାରେ ଖୁଣ୍ଟା ଅଞ୍ଚଳରେ ଏଟିଏମ୍ ରୁ ଟଙ୍କା ଲୁଟ, ପୋଲିସର ତଦନ୍ତ ଜାରି ରହିଛି l ତେବେ ଉଦଳା ଖୁଣ୍ଟା ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି l ଦୁର୍ବୁତ୍ତ ମାନେ ସିସିଟିଭିରେ ରଙ୍ଗ ସ୍ପ୍ରେ ମାରି ବଙ୍ଗଳା ଛକ ରେ ଥିବା ଟେଷ୍ଟ ବ୍ୟାଙ୍କ ଏଟିଏ ମ ରୁ ଲୁଟିନେଲେ ଟଙ୍କା l ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୀନ ବଙ୍ଗଳା ଛକରେ ଥିବା ଏସବିଆଇ ଏଟିଏମ୍‌ରୁ ଆଶ୍ଚର୍ଯ୍ୟ ଲୁଟ ଲୁଟ ଘଟଣା ସାମ୍ନାକୁ ଆସିଛି। ଦୁର୍ବୁତ୍ତମାନେ ନୂଆ ତରିକା ଅପଣାଇ ସିସିଟିଭି କ୍ୟାମେରାକୁ ଅକାର୍ଯ୍ୟକ୍ଷମ କରି ଏଟିଏମ୍‌ରୁ ଟଙ୍କା ଲୁଟି ନେଇ ପଳାଇ ଯାଇ ଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଏଟିଏମ୍‌ ଭିତରକୁ ପଶି ପ୍ରଥମେ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ ଲାଲ ରଙ୍ଗ ସ୍ପ୍ରେ ମାରିଥିଲେ। ଏହା ପରେ ଗ୍ୟାସ କଟର ସାହାଯ୍ୟରେ ଏଟିଏମ୍‌ ମେସିନକୁ କାଟି କ୍ୟାସ ଟ୍ରେରୁ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ। ସାଇରନ ବାଜିବା ଭୟରେ ଦୁର୍ବୁତ୍ତମାନେ ସାଇରନକୁ ମଧ୍ୟ ଭାଙ୍ଗି ଦେଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଖବର ପାଇ ଖୁଣ୍ଟା ପୋଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏଟିଏମ୍‌ରୁ କେତେ ଟଙ୍କା ଲୁଟ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚଞ୍ଚଳତା ଖେଳିଯାଇଥିବା ବେଳେ ଦୁର୍ବୁତ୍ତମାନଙ୍କୁ ଶୀଘ୍ର ଧରିବା ପାଇଁ ପୋଲିସ ତଦନ୍ତ ଜୋରଦାର କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ