ବିଜୟ ଉଚ୍ଚ ବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ସଭା

ବଡ଼ସାହି,(ନିରଞ୍ଜନ ମହାନ୍ତ): ରବିବାର ବଡ଼ସାହି ବ୍ଲକର କୋଚିଳା ଖୁଣ୍ଟା ପଞ୍ଚାୟତ ର ବାଘ ମରା ବିଜୟ ଉଚ୍ଚ ବିଦ୍ୟାଳୟ. ବାଘମରାରେ ବିଦ୍ୟାଳୟର ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୃଷ୍ଟିଧର ପରିଡାଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ଏହି ସଭାରେ ବିଦ୍ୟାଳୟର ବର୍ତ୍ତମାନର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲୀପ କୁମାର ମହାନ୍ତ ଅଧ୍ୟକ୍ଷତା କରିଥିଲା ବେଳେ ବେତନଟୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ବିଶିଷ୍ଟ ସମାଲୋଚକ ଡଃ ରମାକାନ୍ତ ସିଂହ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଦାୟୀ ଶିକ୍ଷକଙ୍କ ଗୁଣଗାନ କରିବା ସହିତ ଶିକ୍ଷକ ମାନଙ୍କର ଆଦର୍ଶ କିପରି ସୁନ୍ଦର ସମାଜ ଗଠନ କରେ ଓ ଭବିଷ୍ୟତ ବଂଶଧରଙ୍କୁ ନିର୍ମାଣ କରେ ତାହା ବିଭିନ୍ନ ଉଦାହରଣ ମାଧ୍ୟମରେ ଉପସ୍ଥାପନ କରିଥିଲେ । ସଭାର ମୁଖ୍ୟ ବକ୍ତା ନୀଳଗିରି ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡଃ. ପ୍ରଦୀପ୍ତ କୁମାର ମିଶ୍ର ଗୁରୁ ଶିଷ୍ୟର ମହାନ ସଂପର୍କ ତଥା ଆଜିର ସଂସ୍କୃତି ଓ ପରମ୍ପରା କିପରି ନିମ୍ନାଭିମୁଖୀ ହେଉଛି ତାହା ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଜିଲ୍ଲା ଓଷ୍ଟାର ସଭାପତି ଚିତ୍ତରଞ୍ଜନ ପଳତା, ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ସୁବଳଚରଣ ରଣଷଣ୍ଢ, ବଡ଼ସାହି ବ୍ଳକର ଓଷ୍ଟା ସଭାପତି ହରିଶ୍ଚନ୍ଦ୍ର ଦାଶ, ସ୍ଥାନୀୟ ପୂର୍ବତନ ସରପଞ୍ଚ ନରେନ୍ଦ୍ର ସିଂହ, ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବିଜୟ ନାଏକ, ପୂର୍ବତନ ସଭାପତି ଶିଶିର କୁମାର ଦାଶ, ସ୍ଥାନୀୟ ଫଚlୟତ ସଭ୍ୟ ରାମଚନ୍ଦ୍ର ନାଏକ ବକ୍ତବ୍ୟ ରଖିଥିଲେ। ପୁରାତନ ଛାତ୍ର ପ୍ରଶାନ୍ତ କୁମାର ଜେନା ଓ ସାଥୀଗଣ ସ୍ୱାଗତ ସଂଗୀତ ଓ ବିଦାୟ ସଂଗୀତ ଗାନ କରିଥିଲେ। ମଞ୍ଚ ପରିଚାଳନା ସହିତ ସ୍ୱାଗତ ଭାଷଣ ଦେଇଥିଲେ ସୁନାରାମ ସିଂ। ପୁରାତନ ଛାତ୍ର ପ୍ରଦୀପ କୁମାର ଦାଶ, ଗଣେଶ ହେମ୍ବ୍ରମ, ପ୍ରଫୁଲ୍ଲ ରାମ, ନବୀନ ସିଂ , ଅମିତ ପାତ୍ର, ଯୋଶୀ ବେଶ୍ରା , ଗୀତାଞ୍ଜଳି ପାତ୍ର,ସ୍ଵର୍ଣ୍ଣମୟୀ ସିଂ , ବିଜୟା ପତି ପ୍ରମୁଖ ବିଦାୟୀ ଶିକ୍ଷକଙ୍କ ଉଦ୍ଦେଶ୍ୟରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ସଂସ୍କୃତ ଶିକ୍ଷକ ନୀରଦ ସୁନ୍ଦର ଜେନା ଏବଂ ତପନ କୁମାର ଦାସ ପ୍ରମୁଖ ନିଜ ଶିକ୍ଷକ ବନ୍ଧୁଙ୍କ ପାଇଁ ଭାବପୂର୍ଣ୍ଣ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଦାୟୀ ଶିକ୍ଷକଙ୍କୁ ପୁରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀ ତଥା ଶିକ୍ଷକମାନଙ୍କ ତରଫରୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା । ଶେଷରେ ପୁରାତନ ଛାତ୍ର ସୁନାରାମ ସିଂ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ଶିକ୍ଷକ ନେତା ପ୍ରଭାସ କୁମାର ନାୟକ , ଦେବରାଜ ନାୟକ, ଅବସରପ୍ରାପ୍ତ ଶିକ୍ଷକ ରସାନନ୍ଦ ଲେଙ୍କା ,ପ୍ରତାପ ରଣସିଂହ, ଭଗବାନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ବାରା ଏପରି ବିରଳ ଗୁରୁପୂଜନକୁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ