୮୦ତମ ସ୍ବାଧୀନତା ଦିବସ
ଧାମନଗର (ଓ୍ବାଇଏନଏସ) : ଧାମନଗର ବ୍ଲକ ଓ ଏନ ଏ ସି ଅଞ୍ଚଳରେ ସ୍ୱାଧୀନତାର ୭୯ତମ ପୂର୍ତ୍ତିର ଅମୃତ ମହୋତ୍ସବ ପାଳନ ଅବସରରେ ଅଫିସ ଦପ୍ତର ସବୁଠି ୮୦ତମ ସ୍ବାଧୀନତା ଦିବସ ସରକାରୀ ବେସରକାରୀ ଶିକ୍ଷା ଅନୁଷ୍ଠାନ ଓ ବିଭିନ୍ନ ସଂଗଠନ ପକ୍ଷରୁ ଦେଶାତ୍ମବୋଧକ ଭାବ ଓ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଛି। ଏହି ଅବସରରେ ଶନିବାର ସକାଳ ୮ଟା ୩୦ମିନିଟ ସମୟରେ ଏନ ଏ ସି ଅନ୍ତର୍ଗତ ଶାମପୁର ମେଡିକାଲ ସମ୍ମୁଖରେ ଥିବା ଧାମନଗର ମିଡ଼ିଆ କ୍ଲବ କାର୍ଯ୍ୟାଳୟ ଠାରେ ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ରାଉତ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ୮୦ତମ ସ୍ବାଧୀନତା ଦିବସ ଆନନ୍ଦ ଉଲ୍ଲାସର ସହ ପାଳନ କରିଛନ୍ତି। ଏହି ପବିତ୍ର ଦିବସରେ ମିଡ଼ିଆ କ୍ଲବ ତରଫରୁ କର୍ମକର୍ତ୍ତାଙ୍କ ଉପସ୍ଥିତରେ ଏବଂ ମେଡିକାଲ ଅଫିସର ଡାକ୍ତର ମନ୍ମୟ ସାମନ୍ତ ସିଂହାରଙ୍କ ତତ୍ତ୍ୱାବଧାନରେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ପ୍ରସ୍ତୁତି ମହିଳା ଓ ରୋଗୀ ମାନଙ୍କୁ ଫଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମିଡ଼ିଆ କ୍ଲବ ଉପସଭାପତି ସେକ ଜାଫର ଅଲ୍ଲୀ,କୋଷାଧ୍ୟକ୍ଷ ପ୍ରଶାନ୍ତ ଦ୍ୱିବେଦୀ,ସହସମ୍ପାଦକ ଦୁର୍ଗାପ୍ରସାଦ ମହାପାତ୍ର,ସଦସ୍ୟ ଦୀନକୃଷ୍ଣ ମହାପାତ୍ର,କୁମାରେଶ ଖିଲାର, ମାନସ ମହାପାତ୍ର,ଏମଡି ଜାବିର ବାବୁ,ପ୍ରଦ୍ୟୁମ୍ନ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ସ୍ଥାନୀୟ ଅଞ୍ଚଳରେ ଏଭଳି ପ୍ରଶଂସନୀୟ ଉଦ୍ୟମ ଓ କାର୍ଯ୍ୟକ୍ରମକୁ ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରିବା ସହ ମିଡ଼ିଆ କ୍ଲବର ଉତ୍ତର ଉତ୍ତର କାମନା କରାଯାଇଛି। ଶେଷରେ ସାମ୍ବାଦିକ ସେକ ସନାଉଲ୍ଲା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।(


