ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ

ଚିକିଟି (ଦୀପ୍ତି ରଞ୍ଜନ ପାଢ଼ୀ )ଚିକିଟି ମା ବାଳକୁମାରୀ ଅଟୋ ସଂଘ ଦ୍ୱାରା ସ୍ୱାଧୀନତା ପାଳନ କରାଯାଇ ସମାଜସେବୀ ସଚ୍ଚିଦାନନ୍ଦ ପାତ୍ର ପତାକା ଉତ୍ତୋଳନ କରିଥିଲେ.ସଭାପତି ଧୋବା ବେହେରା,ସମ୍ପାଦକ ନାରାୟଣ ପଣ୍ଡା ଙ୍କ ନେତୃତ୍ୱ ରେ ଅଟୋ ରାଲି କରି ଚିକିଟି ପରିକ୍ରମା ପୂର୍ବକ  ଦିବଂଗତ ସ୍ୱାଧୀନତା ସଂଗ୍ରାମୀ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି.ବ୍ଲକ କାର୍ଯ୍ୟାଳୟ ରେ ଦେଶ ର 80 ତମ ସ୍ୱାଧୀନତା ଦିବସ ପାଳନ ହୋଇ ବିଡ଼ିଓ ବିବେକାନନ୍ଦ ମିଶ୍ର ପତାକା ଉତ୍ତୋଳନ କରିଥିବା ବେଳେ ତହସିଲ କାର୍ଯ୍ୟଳୟ ରେ ତହସିଲଦାର ବିଶ୍ୱ ରଞ୍ଜନ କଁହର,କେ.ନୂଆଗାଁ ଥାନା ରେ ଅଧିକାରୀ ବିଶ୍ୱଜିତ ନାୟକ,ଚିକିଟି ଜନସ୍ୱାସ୍ଥ୍ୟ ବିଭାଗ ରେ ସହକାରୀ ଯନ୍ତ୍ରୀ ବି.ଦୁଃଖିଶ୍ୟାମ ପାତ୍ର,ଚିକିଟି ଏନ ର ସି କାର୍ଯ୍ୟାଳୟ ରେ ଅଧ୍ୟକ୍ଷା ଦୀପା କୁମାରୀ ସାହୁ,ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟଳୟ ରେ କନିଷ୍ଠ ଯନ୍ତ୍ରୀ ସହଦେଵ ମଢେଇ,ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ସ୍ୱରାଜ୍ୟ ପାଣିଗ୍ରାହୀ,ଜଳ ସେଚନ ବିଭାଗ ରେ କନିଷ୍ଠ ଯନ୍ତ୍ରୀ ସସ୍ମିତା କୁମାରୀ ସାହୁ,ଗୋଷ୍ଠୀ ଶିକ୍ଷା କାର୍ଯ୍ୟଳୟ ରେ ଅଧିକାରୀ ପନ୍ନଗ ଭୂଷଣ ମାଝୀ,କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ଶକ୍ତିକାନ୍ତ ଜେନା,ଅବକାରୀ ବିଭାଗ କାର୍ଯ୍ୟଳୟ ରେ ଓ ଆଇ ସି ସଞ୍ଜୟ କୁମାର ଭୁକ୍ତା ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ