ଦକ୍ଷିଣାଞ୍ଚଳ ଆର୍ମି କମାଣ୍ଡର ହେଲେ ଓଡିଆ ପୁଅ ଚଣ୍ଡୀ ପ୍ରସାଦ ମହାନ୍ତି
ଭୁବନେଶ୍ବର:- ଦକ୍ଷିଣାଞ୍ଚଳ ଆର୍ମି କମାଣ୍ଡର ଭାବେ ନିଯୁକ୍ତି ପାଇଛନ୍ତି ଓଡିଆ ଲ୍ୟୁଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି । ସେ ବର୍ତ୍ତମାନ ଉତ୍ତର ଭାରତ ଅଞ୍ଚଳରେ କମାଣ୍ଡର ଭାବେ କାର୍ୟ୍ୟରତ ଅଛନ୍ତି । ସେନାର ଅତି ବିଶିଷ୍ଟ ସେବା ମେଡାଲ, ସେନା ମେଡାଲ ଓ ବିଶିଷ୍ଟ ସେବା ମେଡାଲରେ ବିଭୂଷିତ ହୋଇଛନ୍ତି। ନିଜର ୩୭ ବର୍ଷର କାର୍ୟ୍ୟକାଳ ମଧ୍ୟରେ ଜେନେରାଲ ମହାନ୍ତି ଜମ୍ମୁ କଶ୍ମୀର ଏଲ.ଓ.ସିରେ ରାଜପୁତ ବାଟାଲିୟନର ନେତୃତ୍ବ ନେଇଛନ୍ତି। ‘କଂଗୋ’ ରାଷ୍ଟ୍ରରେ ଜାତିସଂଘ ସୁରକ୍ଷା ବଳ ଅନ୍ତର୍ଗତ ଏକ ସଂବେଦନଶୀଳ ବ୍ରିଗେଡ୍ର ନେତୃତ୍ବକୁ ଜେନେରାଲ ମହାନ୍ତି ସଫଳତାର ସହିତ ସଂପାଦନ କରିଥିଲେ ।


