ରାନୁଙ୍କ ସମ୍ପର୍କରେ ଏମିତି କହିଲେ ହିମେଶ ରେଶମିୟା

ମୁମ୍ବାଇ : ଯେତେବେଳେ ମୁଁ ରାନୁଙ୍କୁ ବ୍ରେକ୍ ଦେଇଥିଲି ମୋତେ ଲାଗିଥିଲା ଯେ ଲତାଜୀଙ୍କ ସ୍ୱର ମିଳିବ ଓ ଏହା ହିଁ ହୋଇଥିଲା। ‘ତେରି ମେରୀ କାହାନୀ’ ହିଟ୍ ହୋଇଥିଲା। ଏହାପରେ ରାନୁ ଆହୁରି ଲୋକପ୍ରିୟ ହୋଇଯାଇଥିଲେ। କିନ୍ତୁ ଫ୍ୟାନଙ୍କ ସହିତ ଫଟୋ ନଉଠାଇବାରୁ ସେ ଟ୍ରୋଲ୍ ହୋଇଥିଲେ। ମୋତେ ଏହା ପଛର କାହାଣୀ ଜଣାନାହିଁ। ତେଣୁ ଏହି ବିଷୟରେ ଟିପ୍ପଣୀ ଦେବା ପାଇଁ ମୁଁ ଠିକ୍ ବ୍ୟକ୍ତି ନୁହେଁ।” ଏଭଳି ମତ ଦେଇଛନ୍ତି ହିମେଶ ରେଶମିୟା। ଷ୍ଟେସନରେ ଲତା ମଙ୍ଗେସକରଙ୍କ ଗୀତ ଗାଇ ରାତାରାତି ଇଣ୍ଟରନେଟ୍ ସେନ୍ସେସନ୍ ପାଲଟିଥିଲେ ରାନୁ ମଣ୍ଡଳ। ଏହା ପରେ ହିମେଶ ରେଶମିୟାଙ୍କ ତାଙ୍କୁ ଫିଲ୍ମରେ ଗୀତ ଗାଇବାର ସୁଯୋଗ ଦେଇଥିଲେ ଓ ସେ ବଲିଉଡରେ ପ୍ରବେଶ କରିଥିଲେ। ତେବେ ରାମ୍ପ୍ ଶୋ’ରେ ଚାଲିବା ହେଉ କିମ୍ୱା ଫ୍ୟାନମାନଙ୍କୁ ସେଲ୍ଫି ନଦେବା ଓ ଗାଳି କରିବା- ଏସବୁ କାରଣ ପାଇଁ ୟୁଜର ତାଙ୍କୁ ସୋଶାଲ୍ ମିଡିଆରେ ଭାରି ଟ୍ରୋଲ୍ କରିଥିଲେ। ଏହାକୁ ନେଇ ହିମେଶ କହିଛନ୍ତି, “ଷ୍ଟାର୍ ହେବା ପରେ ଲୋକଙ୍କ ଦୃଷ୍ଟି ଆପଣଙ୍କ ଉପରେ ନିବଦ୍ଧ ରହିବ। ଲୋକଙ୍କର ବହୁତ ଭଲ ପାଇବା ମିଳେ। ତେବେ ଏଥିପାଇଁ ଆମକୁ ବି ପ୍ରସ୍ତୁତ ରହିବା ଆବଶ୍ୟକ। ମୋତେ ଲାଗୁନାହିଁ ଯେ ରାନୁ ଏସବୁ ପାଇଁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ସେ ଷ୍ଟାର୍ ହୋଇସାରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ