ଅତୀତକୁ ନେଇ ଅନୁତାପ କରନ୍ତି ଶୈଫ୍‌

ମୁମ୍ବାଇ : ନିକଟରେ ଏକ ସାକ୍ଷାତକାରରେ ପୁରୁଣା ସ୍ମୃତିକୁ ମନେ ପକାଇଛନ୍ତି ଶୈଫ ଅଲି ଖାଁ । ସେ ତାଙ୍କ ପ୍ରଥମ ପତ୍ନୀ ଅମ୍ରିତା ସିଂଙ୍କଠାରୁ ଅଲଗା ହେବା ପାଖାପାଖି ୧୬ ବର୍ଷ ହେଲାଣି। ହେଲେ ଏବେ ସେ ସେହି ସମୟର ଘଟଣାକୁ ମନେପକାଇ ଦୁଃଖ ପ୍ରକାଶ କରିଥିବା ଜଣାପଡିଛି। ଯେତେବେଳେ ସେ ଅମ୍ରିତାଙ୍କଠାରୁ ଅଲଗା ହେଲେ ସେତେବେଳେ ସେ ତାଙ୍କ ପୁଅଝିଅ ସାରା ଓ ଇବ୍ରାହିମଙ୍କୁ ଏକଥା କେମିତି ଜଣାଇଥିଲେ ବୋଲି ପ୍ରଶ୍ନ କରାଯାଇଥିଲା। ଆଉ ଏହାର ଉତ୍ତରରେ ଶୈଫ କହିଥିଲେ ତାହା ବୋଧହୁଏ ବିଶ୍ୱର ସବୁଠାରୁ ଖରାପ କାମ ଥିଲା। ଆଜିବି ସେ ସେହି ଘଟଣାକୁ ମନେପକାଇ ଅନୁତାପ କରନ୍ତି ବୋଲି କହିଛନ୍ତି। କାରଣ ସବୁ ପିଲାଙ୍କର ମାତାପିତାଙ୍କ ସହଯୋଗ ଆବଶ୍ୟକ। ସେତେବେଳେ ସେ ମାତ୍ର ୨୦ ବର୍ଷର ଥିବାରୁ ଏହାକୁ ବୁଝି ପାରି ନ ଥିଲେ ବୋଲି କହିଛନ୍ତି। ଏବେ ସମସ୍ତେ ମର୍ଡର୍ଣ୍ଣ ପରିବାରରେ ବିଶ୍ୱାସ ରଖୁଛନ୍ତି ସତ। ହେଲେ ତାଙ୍କ ମତରେ ମାତାପିତା କେବେ ବି ପିଲାଙ୍କୁ ନିଜ ପାଖରୁ ଦୂରେଇ ରଖିବା ଉଚିତ ନୁହେଁ। ଏହା ସେମାନଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ