କଫି କହିବ ଭବିଷ୍ୟତ

ଦକ୍ଷିଣ ଭାରତର ଲୋକପ୍ରିୟ ପାନୀୟ ଭାବେ ଜଣାଯାଉଥିବା କଫିର ଆଦର ବିଶ୍ୱର ଅନ୍ୟ ପ୍ରାନ୍ତରେ ମଧ୍ୟ ଅଛି । ବିଶେଷଜ୍ଞଙ୍କ ମତରେ କଫି ପିଇବାର ଉଭୟ ସୁପ୍ରଭାବ ଓ କୁପ୍ରଭାବ ରହିଛି । କଫିକୁ ନେଇ ବିଭିନ୍ନ ପ୍ରକାର ଆଲୋଚନା ହେଉଥିବା ବେଳେ ନିକଟରେ ଏହା ସମ୍ପର୍କିତ ଅନ୍ୟ ଏକ ରୋଚକ ତଥ୍ୟକୁ ନେଇ ଗଣମାଧ୍ୟମରେ ଆଲୋଚନା ହେଉଛି । ବିଦେଶୀ ରାଷ୍ଟ୍ର ଆମେରିକା, ଇଉରୋପରେ କଫି ପାନୀୟ ଜରିଆରେ ଲୋକେ ନିଜ ଭବିଷ୍ୟତ ଜାଣିପାରୁଛନ୍ତି । ଇଟାଲୀରେ ସାନ୍ ମାଥ୍ୟୁଙ୍କର ଏକ କେଫେ ରହିଛି, ତାହାର ନାମ ‘କଫି ଫ୍ୟୁଚର’ । ଏହି କେଫେରେ ଗ୍ରାହକ ବସି କଫି ପିଇବା ସହ ନିଜ ଭବିଷ୍ୟତ ସମ୍ପର୍କରେ ମଧ୍ୟ ଜାଣିପାରିବେ । ମାଥ୍ୟୁଙ୍କ କହିବାନୁସାରେ, ଏଇ ଭବିଷ୍ୟତ ପଢ଼ିବାର କଳା ସେ ଜେନେଭାରୁ ଶିଖିଆସିଛନ୍ତି । ତାଙ୍କ କାଫେରେ କଫି ହିଁ ମିଳିଥାଏ । ଗ୍ରାହକ ପାନୀୟ ପିଇବା ପୂର୍ବରୁ ସେମାନଙ୍କ ସର୍ତ୍ତ ଅବଗତ କରାଯାଏ। ଗରମଗରମ କଫି କପରେ ଗ୍ରାହକଙ୍କୁ ଦିଆଯାଏ । ନ ଫୁଙ୍କି ସେମାନେ ୩ ଥର ଅଳ୍ପ ପରିମାଣରେ କଫି ପିଇ କପ୍ ରଖିବେ । ଏହା ପରେ ଗ୍ରାହକଙ୍କୁ ବଳକା କଫି ଆରାମରେ ପିଇବାକୁ କୁହାଯାଏ । କଫି କପରୁ ଶେଷ ହେବା ପୂର୍ବରୁ କପ୍ ରଖିବାକୁ କୁହାଯିବା ସହ ଏବେ କପରେ ବଳକା ଥିବା କଫିକୁ ସେମାନେ ସମ୍ମୁଖରେ ଥିବା ଏକ ପ୍ଲେଟକୁ ଢ଼ାଳନ୍ତି । ଏହା ପରେ କଫି ରିଡର ମାଥ୍ୟୁଙ୍କର କାମ ଆରମ୍ଭ ହୁଏ । ନିୟମିତ ତାଙ୍କ ପାଖରୁ ସଂଖ୍ୟାଧିକ ଗ୍ରାହକ ଆସୁଥିବା ବେଳେ ଅଧିକାଂଶ ପର୍ଯ୍ୟଟକ ଆଗ୍ରହ ସହକାରେ ଆସୁଥିବାର ଜଣାପଡ଼ିଛି। ଜଣେ ଗ୍ରାହକ କଫି ଜରିଆରେ ନିଜ ଭବିଷ୍ୟତ ଜାଣିବାକୁ ଚାହୁଁଥିଲେ, ପ୍ରଥମେ ୯ ହଜାର ଟଙ୍କା ପଇଠ କରିବାକୁ ପଡ଼େ । ଅତିବେଶୀରେ ୫ଟି ପ୍ରଶ୍ନ ଗ୍ରାହକ ମାଥ୍ୟୁଙ୍କୁ ପଚାରିପାରିବେ । ଅଧିକ ଜାଣିବାକୁ ଆଗ୍ରହ ହେଲେ ଗ୍ରାହକଙ୍କ ପାଉଣା ମଧ୍ୟ ବଢ଼ାଇବାକୁ ପଡ଼ୁଥିବାର ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ