ଜଲହରିରେ ବିଧାୟିକାଙ୍କ ଅଭିଯୋଗ ଶୁଣାଣୀ
ଯୋଡ଼ା- କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଜଲହରି ଗ୍ରାମପଞ୍ଚାୟତରେ ବୁଧବାର ଚଂପୁଆ ବିଧାୟିକାଙ୍କ ଏକ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ଯୋଇଯାଇଛି ।ଜଲହରି ଗ୍ରାମପଞ୍ଚାୟତ କାର୍ୟ୍ୟାଳୟ ଠାରେ ଆୟୋଜିତ ଏହି ଅଭିଯୋଗ ଶୁଣାଣୀରେ ଚଂପୁଆ ବିଧାୟିକା ମୀନାକ୍ଷୀ ମହାନ୍ତଙ୍କ ସହିତ ୨୭ନଂଜୋନ ଜିଲା ପରିଷଦ ସଭ୍ୟ ବାସୁଦେବ ନାଏକ,ଯୋଡ଼ା ବ୍ଲକ ଅଧ୍ୟକ୍ଷା ସୁକୁମାରୀ ଦେହୁରୀ,ଜଲହରି ସରପଞ୍ଚ ମୀତା ମୁଣ୍ଡା,ସମିତି ସଭ୍ୟା ସାବିତ୍ରୀ ମୁଣ୍ଡା ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ବିଭିନ୍ନ ସମସ୍ୟାର ଅଭିଯୋଗ ଶୁଣିଥିଲେ । ଉପସ୍ଥିତ ଗ୍ରାମବାସୀ ଲିଖିତ ଏବଂ ମୌଖିକ ଭାବେ ନିଜ ନିଜର ଅଭିଯୋଗ ବିଧାୟିକାଙ୍କ ନିକଟରେ ଅଭିଯୋଗ କରିଥିଲେ । ଗ୍ରାମପଞ୍ଚାୟତରେ ଳଗାଯାଇଥିବା ସୋଲାର ଲାଇଟ ମରାମତି,ପାନୀୟ ଜଳ ଯୋଗାଣ,ରାସ୍ତା ନିର୍ମାଣ,ଶୌଚାଳୟ ନିର୍ମାଣ,ଗ୍ରାମରେ ବିଦ୍ୟୁତ ଆଲୋକର ବ୍ୟବସ୍ଥା,ଅଭରହେଡ଼ ଟ୍ୟାଙ୍କରେ ଟ୍ରାନ୍ସଫର୍ମର ଲଗାଇବା,ବେକାର ଶିକ୍ଷିତ ଯୁବତୀଯୁବକଙ୍କୁ ନିଯୁକ୍ତି,ଅଧପନ୍ତରିଆ ହୋଇପଡ଼ିଥିବା ସ୍କୁଲଗୃହଗୁଡ଼ିକ ମରାମତି,ପରିବହନ ଗେଟ ନିର୍ମାଣ ପ୍ରଭୃତି ସମସ୍ୟା ନେଇ ଲୋକମାନେ ଅଭିଯୋଗ କରିଥିଲେ । ବିଧାୟିକା ଉକ୍ତ ସମସ୍ୟାର ସମାଧାନ ସଂପର୍କରେ ଉପସ୍ଥିତ ଗ୍ରାମବାସୀଙ୍କ ସହିତ ଆଲୋଚନା କରିବା ସହିତ ଏ ନେଇ ସରକାରଙ୍କୁ ଜଣାଇବେ ବୋଲି କହିଥିଲେ ।