ତାଳସର ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ
କୋଦଳା:- ଶନିବାର ବେଗୁନିଆପଡା ବ୍ଲକ ଅନ୍ତର୍ଗତ ତାଳସର ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଧ୍ୟକ୍ଷତା କରିଥିବା ବଳେ ମୁଖ୍ୟ ଅତିଥି ଭାବରେ ଡ଼ଃ ମନୋଦର୍ଶିନୀ ସେନାପତି ଯୋଗଦେଇ ଆନୁଷ୍ଠାନିକ ଭାବରେ ସଭାକାର୍ୟ୍ୟ ଆରମ୍ଭ କରିଥିଲେ । ପୂର୍ବରୁ ବିଦ୍ୟାଳୟ ଯେଭଳି ସୁନାମ ଅର୍ଜନ କରିଆସିଛି ତାହାକୁ ବଜାୟ ରଖିବାକୁ ଅତିଥିମାନେ ତାଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରାଯାଇଥିଲା । ପୂର୍ବରୁ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ ମୁଖ୍ୟ ଅତିଥି । ଶେଷରେ ପିଲାଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଅବିଭାବକଙ୍କ ସହ ବହୁ ସଂଖ୍ୟାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏଥିରେ ଯୋଗ ଦେଇଥିଲେ ।


