ବୁଗୁଡା ବ୍ଲକ ଶିକ୍ଷକ ସଂଘ କର୍ମକର୍ତ୍ତା ନିର୍ବାଚନ
ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍): ବୁଗୁଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସାମ୍ବିଧାନିକ ବୈଠକ ଶନିବାର ଦିନ ଶିକ୍ଷକ ଭବନରେ ଅନୁଷ୍ଠିତ ହୋଇ କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି। ପର୍ଯ୍ୟବେକ୍ଷକ ଭାବେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରସନ ( ହରିପୁର ରୋଡ଼)ର ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ହରେକୃଷ୍ଣ ପାତ୍ର ଯୋଗ ଦେଇ ନିର୍ବାଚନ ପରିଚାଳନା କରିଥିଲେ।ଅତିଥି ଭାବେ ବୁଗୁଡା ବ୍ଲକ ଅବସରପ୍ରାପ୍ତ ଶିକ୍ଷକ ସଂଘ ସଭାପତି ବିଶ୍ୱମୋହନ ମିଶ୍ର ଓ ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥ ଯୋଗ ଦେଇଥିଲେ। ସଭାପତି -ମନୋରଞ୍ଜନ ଦାଶ,ଉପସଭାପତି- କାଳି ଚରଣ ଆଚାର୍ଯ୍ୟ ଓ ସବିତା ଦାଶ, ସମ୍ପାଦକ – ନଗେନ୍ଦ୍ର ନାଥ ଷଡ଼ଙ୍ଗୀ, ସହସମ୍ପାଦକ – ସନାତନ ପ୍ରଧାନ, କେ ରବୀନ୍ଦ୍ର କୁମାର ପାତ୍ର, ଓ ମନୋରଞ୍ଜନ ଦାଶ, କୋଷାଧ୍ୟକ୍ଷ – ହରେକୃଷ୍ଣ ପ୍ରଧାନ, ଜିଲ୍ଲା ପ୍ରତିନିଧି – ଦିଲ୍ଲୀପ କୁମାର ଗନ୍ତାୟତ, ଖାଲି ପଣ୍ଡା, ଓ ରମେଶ ଚନ୍ଦ୍ର ପାତ୍ର ଏବଂ ବ୍ଲକ ସଂଯୋଜକ – ପ୍ରମୋଦ କୁମାର ଦାଶ ପ୍ରମୁଖ କର୍ମକର୍ତ୍ତା ନିର୍ବାଚିତ ହୋଇଥିଲେ।