ଗଣିଜାଙ୍ଗରେ ବିଜେଡିର କର୍ମୀ ସମ୍ମିଳନୀ
ବନ୍ତ (ଯୁଗାଦ୍ଧ ନ୍ୟୁଜ୍) : ରବିବାର ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ମା’ମଙ୍ଗଳା ପଡିଆ ଠାରେ ବିଜେଡି ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁଦର୍ଶନ ଜେନା, ଗଣେଶ ସାହୁ, ଦୀନବନ୍ଧୁ ଜେନାଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଅନ୍ୟ ଦଳ ଛାଡି ବିଜେଡିରେ ଯୋଗଦାନ କରିଥିବାର ଦେଖାଯାଇଥିଲା । ବରିଷ୍ଠ ବିଜେଡି ନେତା ଜଗନ୍ନାଥ ପାଣିଗ୍ରାହୀଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ସଭାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ, ଭଦ୍ରକ ଲୋକସଭା ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ, ରାଜ୍ୟ ବିଜେଡି ସମ୍ପାଦିକା ସୁଜାତା ଜେନା, ପୂର୍ବତନ ବିଧାୟକ ରଥ ଦାସ, ଜିଲା ପରିଷଦ ସଭ୍ୟା ରେବତୀ ନାୟକ, ସରପଞ୍ଚ ରଞ୍ଜନ କୁମାର ସାହୁ, ବ୍ଲକ ଉପାଧ୍ୟକ୍ଷା ମଞ୍ଜୁଲତା ଜେନା, ବ୍ଲକ ବିଜେଡି ସଭାପତି କମଳାକାନ୍ତ ସାହୁ, ସମାଜସେବୀ ଭୀମସେନ ସାମଲ, ଆଇନଜୀବି ଅଣାକାର ମଲ୍ଲିକ, ରାମ ଚନ୍ଦ୍ର ତ୍ରିପାଠୀ, ପ୍ରାକ୍ତନ ଯୁବ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ନାରୀନେତ୍ରୀ ସ୍ୱର୍ଣ୍ଣଲତା ନାୟକ, ନାଏବ ସରପଞ୍ଚ ତୁଳସୀ ଦାସ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । ଏହି କର୍ମୀ ସମ୍ମିଳନୀରେ ୫ ଶହରୁ ଉଦ୍ଧ୍ୱର୍ କର୍ମୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଶାନ୍ତ ପ୍ରଧାନ, ସୁବଳ ସେଠୀ, ଗୟାଧର ଜେନା, ଲକ୍ଷ୍ମୀଧର ଜେନା, ଅଶୋକ ବେହେରା, ଗଣେଶ ଦାସଙ୍କ ସମେତ ବିଜୁ ଯୁବ ବାହିନୀର ସମସ୍ତ ସଭ୍ୟସଭ୍ୟା ସହାୟତା କରିଥିଲେ ।