ଓରାଳି ବିସି ଏମ.ଇ ସ୍କୁଲରେ ବାର୍ଷିକ ଉତ୍ସବ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ବୃନ୍ଦାବନ ଚନ୍ଦ୍ର ସରକାରୀ ଉପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ସାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଏବିଇଓ ସୁରଥ କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ଏବିଇଓ ସୁରେଶ କୁମାର ଜେନା, ସମ୍ମାନୀତ ଅତିଥି ଭାବେ ବିନୋଦ କୁମାର ରାଉତ, କଳିଗାଁ ହାଇସ୍କୁଲର ପ୍ରଧାନ ଶିକ୍ଷକ ରତ୍ନାକର ପଣ୍ଡା, ଓରାଳି ସିଆରସିସି ପ୍ରଭାକର ବେହେରା, ଶିକ୍ଷକ ଦୁର୍ଯ୍ୟୋଧନ ଜେନା, ପ୍ରଧାନ ଶିକ୍ଷକ ଗୌରାଙ୍ଗ ଚରଣ ନାୟକ ପ୍ରମୁଖ ଯୋଗଦେଇଥିଲେ । ଶିକ୍ଷୟତ୍ରୀ ହାସ୍ୟମୟୀ ରାଜ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣିତ ଦୌଡ, ଦୌଡ, ଅଖା ଦୌଡ, ସ୍ଲୋ ସାଇକେଲ ରେସ, ସ୍କିପିଂ, ମିଉଜିକ ଚେୟାର, ତର୍କ, ରଚନା, ଗୀତ, ବାସ୍କେଟବଲ ଆଦି ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ପ୍ରଦୀପ ବିଶ୍ୱାଳ, ମାଧବାନନ୍ଦ କର, ସଚିନ ଦେବ ରାଉତ, ମମତାମୟୀ ସେଠୀ, ଭୀମସେନ ଜେନା, ସଞ୍ଜୟ ନାୟକ, ନାରାୟଣ ଚନ୍ଦ୍ର ରାଉତ, ଶତୃଘ୍ନ ସା, ଦେବାଶିଷ ଦାସ ପ୍ରମୁଖ ଖେଳ ପରିଚଳାନ କରିଥିଲେ ।