ସିପିଆର୍‌ ଦେବାର ସଠିକ୍‌ ଉପାୟ

ଘାତକ ରୋଗ ମଧ୍ୟରେ ହାର୍ଟ ଆଟାକ୍‌ ଓ କାର୍ଡିଆକ୍‌ ଆରେଷ୍ଟ ମୁଖ୍ୟ ରୂପରେ ସାମିଲ୍‌। ହାର୍ଟ ଆଟାକ୍‌ ସମୟରେ ବଞ୍ଚିବାର ସମ୍ଭାବନା ଅଧିକ ଥିବାବେଳେ କାର୍ଡିଆକ୍‌ ଆରେଷ୍ଟ ସମୟରେ ବଞ୍ଚିବାର ଆଶା ବହୁତ କ୍ଷୀଣ ରହିଛି। ଏପରିସ୍ଥଳେ ଯଦି ରୋଗୀଙ୍କ ଉପଚାର ଠିକ୍‌ ସମୟରେ କରା ନ ଯାଏ, ତେବେ ରୋଗୀର ଜୀବନ ମଧ୍ୟ ଚାଲି ଯାଇପାରେ। ଅନେକ ସମୟରେ ସୁବିଧା ନ ଥିବାରୁ ଠିକ୍‌ ସମୟରେ ଉପଚାର ହୋଇପାରି ନ ଥାଏ। ତେଣୁ ଆପାତକାଳୀନ ପରିସ୍ଥିତିରେ କାର୍ଡିଆକ ଆରେଷ୍ଟର ଶିକାର ରୋଗୀଙ୍କୁ ଠିକ୍‌ ସମୟରେ କାର୍ଡିଓ-ପଲ୍ମୋନାରୀ ରେସେସିଟେସନ୍‌ (ସିପିଆର୍‌) ଦେଇ ଜୀବନ ରକ୍ଷା କରାଯାଇ ପାରିବ। ସୂଚନାଯୋଗ୍ୟ ଯେ କାର୍ଡିଆକ ଆରେଷ୍ଟ ଏପରି ଏକ ମେଡିକାଲ ଏମର୍ଜେନ୍ସି ସ୍ଥିତି ଅଟେ, ଯେଉଁଥିରେ ହୃତ୍‌ପିଣ୍ଡ ଅଚାନକ କାମ କରିବା ବନ୍ଦ କରିଦିଏ କିମ୍ବା ହୃତ୍‌ସ୍ଫନ୍ଦନ ବନ୍ଦ ହୋଇଯାଏ। ତେଣୁ ଆମ୍ବୁଲାନ୍ସ ଆସିବା ପୂର୍ବରୁ ଯଦି ପାଖରେ ଥିବା କୌଣସି ବ୍ୟକ୍ତି ପୀଡ଼ିତ ବ୍ୟକ୍ତିଙ୍କୁ ସିପିଆର୍‌ ଦିଅନ୍ତି, ତେବେ ରୋଗୀର ଜୀବନ ବଞ୍ଚି ଯାଇପାରେ।
ସିପିଆର୍‌ ଏକ ପ୍ରକାରର ଛାତିର ମାଲିସ ପ୍ରକ୍ରିୟା ଅଟେ। ଏହା ମାଧ୍ୟମରେ ରୋଗୀଙ୍କୁ କୃତ୍ରିମ ଭାବେ ଅମ୍ଳଜାନ ଦିଆଯାଇ ଥାଏ। ଯାହାଫଳରେ ମସ୍ତିଷ୍କକୁ ଅମ୍ଳଜାନ ମିଳିଥାଏ। ଡାକ୍ତର କହିଛନ୍ତି ଯେ କାର୍ଡିଆକ ଆରେଷ୍ଟ ସମୟରେ ସିପିଆର୍‌ ମାଧ୍ୟମରେ ରୋଗୀଙ୍କ ବଞ୍ଚିବା ସମ୍ଭାବନା ବହୁତ ବଢ଼ି ଯାଇଥାଏ। କାରଣ ୩ ମିନିଟ୍‌ ଯାଏ ବ୍ରେନ୍‌କୁ ଅମ୍ଳଜାନ ନ ମିଳିଲେ, ମସ୍ତିଷ୍କ କାମ କରିବା ବନ୍ଦ କରିଦିଏ। କାର୍ଡିଆକ୍‌ ଆରେଷ୍ଟ ସମୟରେ ହୃତ୍‌ପିଣ୍ଡର ଗତି ଅଚାନକ ପୂରାପୂରି ଥମି ଯାଏ।
ହାର୍ଟ ଆଟାକ୍‌ ଓ କାର୍ଡିଆକ ଆରେଷ୍ଟ ଦୁଇଟି ଅଲଗା ଅଲଗା ସମସ୍ୟା ହୋଇଥାଏ। ଯଦିଓ ହାର୍ଟ ଆଟାକ୍‌ର ଠିକ୍‌ ପରେ କିମ୍ବା ରିକଭରି ପରେ କାର୍ଡିଆକ୍‌ ଆରେଷ୍ଟ ହୋଇପାରେ। କାର୍ଡିଆକ୍‌ ଆରେଷ୍ଟ ହେବା ପୂର୍ବରୁ କୌଣସି ଲକ୍ଷଣ ଦେଖା ଦେଇ ନ ଥାଏ। ଏହା ଏକ ମେଡିକାଲ ଏମର୍ଜେନ୍ସି। ତେଣୁ ଯଦି ଆପଣଙ୍କ ସାମ୍ନାରେ ଏପରି କିଛି ହେଉଛି, ତେବେ ସିପିଆର୍‌ ଦେଇ ଜୀବନ ବଞ୍ଚାଇ ପାରିବେ। କୌଣସି ବ୍ୟକ୍ତି ଅଚାନକ ପଡ଼ିଗଲେ ଓ ପୂରାପୂରି ଭାବେ ଅଚେତ ଅବସ୍ଥାକୁ ଚାଲିଗଲେ, ହୃତ୍‌ପିଣ୍ଡର ଗତିବିଧି ବନ୍ଦ ହେବା ସହିତ ଯଦି ଶରୀରରେ କୌଣସି ପ୍ରତିକ୍ରିୟା ନ ମିଳେ, ତେବେ ତାଙ୍କୁ ସିପିଆର୍‌ ଦେବା ଉଚିତ।
ସିପିଆର୍‌ ଏକ ସହଜ ଉପାୟ ଅଟେ ଓ ଏହାକୁ ଯେ କୌଣସି ବ୍ୟକ୍ତି କରିପାରିବେ। ସିପିଆର୍‌ର ଆବଶ୍ୟକ ହେଲେ ପ୍ରଥମେ ମେଡିକାଲ ଏମର୍ଜେନ୍ସି ପାଇଁ ଫୋନ୍‌ କରନ୍ତୁ। ଯେ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସେବା ପହଞ୍ଚିନି, ସିପିଆର୍‌ ଆରମ୍ଭ କରିଦେବା ଉଚିତ। ସିପିଆର୍‌ ଦେବା ପାଇଁ ପ୍ରଥମେ ରୋଗୀଙ୍କୁ ଏକଦମ ସମତଳ ଓ କଠୋର ସ୍ଥାନରେ ଶୁଆଇ ଦିଅନ୍ତୁ। ଏସବୁ ଆପଣ ଖୁବ୍‌ ଶୀଘ୍ର କରିବା ଦରକାର। ରୋଗୀଙ୍କୁ ତଳେ ଶୁଆଇବା ପରେ ଦୁଇ ହାତର ଆଙ୍ଗୁଠିକୁ ପରସ୍ପର ସହ ଛନ୍ଦି ରୋଗୀଙ୍କ ଛାତିକୁ କମ୍‌ କମ୍‌ ଅନ୍ତରାଳରେ ଦବାଇବା ଉଚିତ। ସାମାନ୍ୟ ହୃଦ୍‌ସ୍ପନ୍ଦନ ୬୦ରୁ ୧୦୦ ହୋଇଥାଏ। ଏପରିସ୍ଥଳେ ଚେଷ୍ଟା କରନ୍ତୁ ୧ ମିନିଟ୍‌ରେ ୬୦ ଥର ରୋଗୀଙ୍କ ଛାତି ଦବାଇବାକୁ। ମଝିରେ ମଝିରେ ରୋଗୀଙ୍କ ନାକ ବନ୍ଦ କରି ଜୋର୍‌ ଜୋର୍‌ରେ ତାଙ୍କ ମୁହଁକୁ ଫୁଙ୍କନ୍ତୁ। ଏହି ପ୍ରକ୍ରିୟା ସମୟରେ ଆପଣଙ୍କୁ ଜୋର୍‌ରେ ରୋଗୀର ଛାତିକୁ ଦବାଇବା ଉଚିତ। ଛାତିକୁ ଏତେ ଜୋର୍‌ରେ ଦବାନ୍ତୁ ଯେ ପ୍ରତ୍ୟେକ ଥର ରୋଗୀର ଛାତି ପାଖାପାଖି ଦେଢ଼ ଇଞ୍ଚ ଦାବି ହେବା ଉଚିତ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ