ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ପାଳିତ
ଆସିକା (ୱାଇଏନ୍ଏସ୍): ଦେବଶିଳ୍ପୀ ପ୍ରଭୂ ଶ୍ରୀ ବିଶ୍ୱକର୍ମାଙ୍କ ପୂଜା ଆସିକା ସ୍ୱର୍ଣ୍ଣକାର ସଂଘ ପକ୍ଷରୁ ପ୍ରବଳ ଉତ୍ସାହ ଓ ଉଦ୍ଦୀପନାର ସହ ପାରମ୍ପରିକ ରୀତିନୀତି ମହାଆଡମ୍ବରରେ ବଜାର ସାହି ସ୍ଥିତ ଅସ୍ଥ୍ୟାୟୀ ମଣ୍ଡପରେ ପାଳନ କରାଯାଉଥିବା ଦେଖିବାକୁ ମିଳୁଛି । ଆସିକା ପୌର ପରିଷଦ ଅଧିନସ୍ଥ ୫ ନମ୍ବର ୱାର୍ଡର ବଜାର ସାହିରେ ବିରାଜି ଥିବା ପ୍ରଭୂ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ମୃଣ୍ମୟ ମୂର୍ତ୍ତୀ ଏବଂ ଆକର୍ଷଣୀୟ ତୋରଣ ଓ ରଙ୍ଗୀନ ଅଲୋକମାଳାର ସାଜସଜାରେ ଅତି ଆକର୍ଷଣୀୟ ହୋଇଥିବା ପରିଲକ୍ଷିତ ହେଉଛି । ଆସିକା ସ୍ୱର୍ଣ୍ଣକାର ସଂଘ ପକ୍ଷରୁ ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଦେବଶିଳ୍ପୀ ବିଶ୍ୱକର୍ମାଙ୍କୁ ପୂଜା ଲାଗି ଆୟୋଜକଙ୍କ ଠାରୁ ଆରମ୍ଭ କରି ଶ୍ରଦ୍ଧାଳୁ ଭକ୍ତଙ୍କ ପ୍ରବଳ ଉତ୍କଣ୍ଠା ଭରି ରହିଥିବା ଜଣାପଡିଛି। ଆସିକା ବଜାର ସାହିରେ ସ୍ୱର୍ଣ୍ଣକାର ସଂଘ ପକ୍ଷରୁ ଅନୁଷ୍ଟିତ ହେଉଥିବା ଦେବଶିଳ୍ପୀ ପ୍ରଭୂ ବିଶ୍ୱକର୍ମାଙ୍କ ପୂଜାର୍ଚ୍ଚନା କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଶ୍ରଦ୍ଧାଳୁ ଭକ୍ତ ଜେ.ଚିଣ୍ଟୁ ଆଚାରୀ ଓ ଜେ.ରେଖା ଆଚାରୀ, ଦ୍ୱିତୀୟ ଦିବସରେ ଏସ୍.ଭେଙ୍କେଟ ରମଣ ଆଚାରୀ ଓ ଏସ୍.ଉମା ଆଚାରୀ କର୍ତ୍ତା ରୂପେ ଆୟୋଜିତ ହୋମଯଜ୍ଞ ଓ ପୂଜାର୍ଚ୍ଚନା କାର୍ଯ୍ୟକ୍ରମରେ ନିଷ୍ଟାର ସହ ରହି ଦାୟିତ୍ୱ ନିର୍ବାହ କରିଥିବା ଦେଖିବାକୁ ମିଳିଥିଲା। ଆସିକା ପୌର ପରିଷଦ ଅଧୀନସ୍ଥ ୧୭ ନମ୍ବର ୱାର୍ଡର ଲାଲାଶାସନ ଗ୍ରାମର ବିଦ୍ୱାନ ଅଭିଜ୍ଞ ପଣ୍ଡିତ ରତ୍ନାକର ଦାଶଙ୍କ ମନ୍ତ୍ରୋଚାରଣରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କୁ ପୂଜାର୍ଚ୍ଚନା ଜାରି ରହିଥିବା ଜଣାପଡିଛି । ଆସିକା ସ୍ୱର୍ଣ୍ଣକାର ସଂଘର ସଭାପତି ଏନ୍.ବାବୁ ଆଚାରୀ, ଉପସଭାପତି ଜେ.ଚିଣ୍ଟୁ ଆଚାରୀ, ସଂପାଦକ ଆର୍.ବଣ୍ଟି ଆଚାରୀ, କୋଷାଧ୍ୟକ୍ଷ ଜି.ରବି ଆଚାରୀ, ଆଧ୍ୟାତ୍ମିକପ୍ରେମୀ ଆପ୍.ଚିଦାନନ୍ଦ ଆଚାରୀ, ଟୁଲୁ ମହାରଣା, ଏନ୍.କିରଣ କୁମାର ରେଡି, ବୁଲୁ ଆଚାରୀ, ବାଇରି ଆଚାରୀ, ମିଥୁନ୍ ଆଚାରୀ, ରବି ଆଚାରୀ, ପାରୀ ଆଚାରୀ, ତାରିଣୀ ଆଚାରୀ, ଏ.ପୂର୍ଣ୍ଣ ଆଚାରୀଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସୁପରିଚାଳନାରେ ସହଯୋଗ କରୁଛନ୍ତି । ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଆଗମନରେ ଆସିକା ବଜାର ସାହି ଉତ୍ସବମୁଖର ହୋଇଉଠିଛି । ଝିଲିମିଲି ରଙ୍ଗୀନ ଆଲୋକମାଳାରେ ଦେବଶିଳ୍ପୀ ପ୍ରଭୂ ଶ୍ରୀ ବିଶ୍ୱକର୍ମାଙ୍କୁ ପୂଜାର୍ଚ୍ଚନା ସ୍ଥଳ ଉତ୍ସବମୁଖର ହୋଇପଡିଥିଲା ବେଳେ ବିଧିବିଧାନ ତଥା ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି । ଦେବଶିଳ୍ପୀ ପ୍ରଭୂ ଶ୍ରୀ ବିଶ୍ୱକର୍ମାଙ୍କ ପୂଜା ଉପଲକ୍ଷେ ଆସିକା ସ୍ୱର୍ଣ୍ଣକାରୀ ସଂଘର କାର୍ଯ୍ୟକର୍ତ୍ତାଙ୍କ ଠାରୁ ଆରମ୍ଭ କରି ଶ୍ରଦ୍ଧାଳୁ ଭକ୍ତଙ୍କ ମଧ୍ୟରେ ଅହେତୁକ ଉତ୍କଣ୍ଠା ପରିଲକ୍ଷିତ ହୋଇଛି । ସ୍ଥପତି ଓ ନିର୍ମାଣର ଦେବତା ଦେବଶିଳ୍ପୀ ବାବା ବିଶ୍ୱକର୍ମାଙ୍କ ପୂଜା ଆସିକା ସ୍ୱର୍ଣ୍ଣକାର ସଂଘ ପକ୍ଷରୁ ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଥିଲା ବେଳେ ଝିଲ୍ମିଲ୍ ଆଲୋକମାଳାରେ ବଜାର ସାହି ଝଲସି ଉଠୁଥିବା ଲକ୍ଷ୍ୟ କରାଯାଇଛି। ସ୍ୱର୍ଗର ଶ୍ରେଷ୍ଠ ଶିଳ୍ପୀ ଭାବେ ଶିଳ୍ପରାଜ ବିଶ୍ୱକର୍ମାଙ୍କୁ ପୂଜା କରାଯାଇଥାଏ । ବିଶ୍ୱ ସର୍ଜନାର ବିନ୍ଧାଣୀ ବିଶ୍ୱକର୍ମାଙ୍କ ପୂଜା ପାଇଁ ଆସିକା ବଜାର ସାହି ଉତ୍ସବମୁଖର ହୋଇପଡିଥିବା ଦେଖିବାକୁ ମିଳିଛି । ଆସିକା ସ୍ୱର୍ଣ୍ଣକାର ସଂଘ ପକ୍ଷରୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ବଜାର ସାହିରେ ଧୁମ୍ ଧାମ୍ରେ ପାଳିତ ହେଉଥିବା ଲକ୍ଷ୍ୟ କରାଯାଇଛି ।


