ଆଜି ଦ୍ୱିତୀୟ ଟି-୨୦ ସିରିଜ୍ ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଅକ୍ଲାଣ୍ଡ- ରବିବାର ସୁପରସଣ୍ଡେର ସୁପର ସୋ’ରେ ମୁହାଁମୁହିଁ ହେଉଛନ୍ତି ଭାରତ ଓ ନ୍ୟୁଜିଲାଣ୍ଡ । ଦ୍ୱିତୀୟ ଟି-୨୦ରେ ଟସ୍ ଜିତିଛି ନ୍ୟୁଜିଲାଣ୍ଡ ଦଳର ଅଧିନାୟକ ୱିଲିମସନ୍ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛନ୍ତି । ଏହି ମ୍ୟାଚ୍ ଜିତି ଭରତୀୟ କ୍ରିକେଟ୍ ଦଳ ଶୃଙ୍ଖଳାରେ ୨-୦ରେ ଆଗୁଆ ହେବା ଲକ୍ଷ୍ୟରେ ରହିବ । ଅନ୍ୟପକ୍ଷରେ ପ୍ରଥମ ମୁକାବିଲାକୁ ୬ ୱିକେଟ୍ରେ ହାରିଥିବା ନ୍ୟୁଜିଲାଣ୍ଡ ରବିବାରର ଦ୍ବିତୀୟ ଲଢ଼େଇକୁ ଜିତି ସ୍ଥିତି ୧-୧ କରିବା ଆଶାରେ ଥିବ। ଭାରତ ପ୍ରଥମ ମ୍ୟାଚ୍ ରେ ଚମକପ୍ରଦ ବିଜୟ ହାସଲ କରିବା ପରେ ଦ୍ବିତୀୟ ମ୍ୟାଚ୍ ରେ ଅପରିବର୍ତିତ ଦଳ ଦେଇ ପଡ଼ିଆକୁ ଓହ୍ଲାଇବାର ସମ୍ଭାବନା ଅଧିକ । ହେଲେ ଘରୋଇ ନ୍ୟୁଜିଲାଣ୍ଡ ତା’ର ଚୂଡ଼ାନ୍ତ ଦଳରେ କିଛିଟା ଅଦଳ ବଦଳ କରିପାରେ । ମିଳିଥିବା ସୂଚନା ଅନୁସାରେ କିୱି ଦଳ ୨୦ ଓଭରରେ ୧୩୨ ରନ୍ ର ଟାଗେର୍ଟ ଦେଇଛି ଟିମ୍ ଇଣ୍ଡିଆକୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ