ଫ୍ଲାଇଁ ସ୍କ୍ବାଡ ମାଜିଷ୍ଟ୍ରେଟଙ୍କୁ ଅ।କ୍ରମଣ ଅଭିଯୋଗ
କୋଣାର୍କ(ଯୁଗାବ୍ଦ ନ୍ୟୁଜ) ,ପିପିଲି ବିଧାୟକପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସ କୁ ଯାଂଚ କରିବାକୁ ଯାଇଥିବା ବେଳେ ରବିବାର ବିଳମ୍ଵିତ ରାତିରେ ଅ।କ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏହି ଅ।କ୍ରମଣ ରେ ଫ୍ଲାଇଁ ସ୍କାର୍ଡ ମାଜିଷ୍ଟ୍ରେଟ ରବି ନାରାୟଣ ପାତ୍ରଙ୍କ ଅଣ୍ଟାରେ ଅ।ଘାତ ଲାଗିଥିବା ବେଳେ ମାଜିଷ୍ଟ୍ରେଟ ବିଜୟ କୁମାର କରଙ୍କ ହାତରେ ଅ।ଘାତ ଲାଗିଛି । ପିପିଲି ଥାନା ଏଏସଅ।ଇ ବିନୟ କୁମ।ର ଦାସ, କ୍ୟାମେରା ମ୍ୟାନ ଦୀପକ ପ୍ରଧାନ, ଅ।ହାତ ହୋଇଥିବା ସୂଚନା ମିଳିଥିବା ବେଳେ ଅ।କ୍ରମଣକାରୀ ମାନେ କ୍ୟାମେରା ଭାଙ୍ଗି ଦେଇଥିବା ର ସୂଚନା ରହିଛି । ସମସ୍ତ ଅ।ହାତଙ୍କୁ ପିପିଲି ଡାକ୍ତରଖାନାରେ ଚିକିତ୍ସା କରାଯାଇଥିବା ବେଳେ ଗୁରୁତର ରବି ନାରାୟଣ ପାତ୍ରଙ୍କୁ ଚିକିତ୍ସା ନିମନ୍ତେ କ୍ୟାପିଟାଲ ହସପିଟାଲ ପଠାଯାଇଛି । ଖବର ପାଇ ପୁରୀ ଏସପି , ଜିଲ୍ଲାପାଳ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଥିବା ବେଳେ ଘଟଣାର ତଦନ୍ତ ଚାଲିଛି ତଦନ୍ତ ପରେ କାର୍ୟ୍ୟାନୁଷ୍ଠାନ ନିଅ।ଯିବ ବୋଲି ପୁରୀ ଏସପି କହିଛନ୍ତି । ସେପଟେ ଘଟଣାସ୍ଥଳରୁ ଗୋଟିଏ ବାଇକ କୁଜବତ କରିଛି ପିପିଲି ପୋଲିସ ।