୨ଠ ଲକ୍ଷ ଟପିଲା ଆୟୂଷ୍ମାନ ଭାରତ ଯୋଜନା ହିତାଧିକାରୀଙ୍କ ସଂଖ୍ୟା

ନୂଆଦିଲ୍ଲୀ, (ଏଜେନ୍ସି):ଆୟୁଷ୍ମାନ ଭାରତ ଯୋଜନା ଅଧିନରେ ସ୍ୱାସ୍ଥ୍ୟ ବୀମା ଳାଭ ପ୍ରାପ୍ତକାରୀଙ୍କ ସଂଖ୍ୟା ୨୦ ଲକ୍ଷ ଟପିସାରିଛି । ସମୁଦାୟ ଏଯାବତ୍ ୩.୦୭କୋଟି ହିତାଧିକାରୀଙ୍କୁ ଏହି ଯୋଜନା ଅଧିନରେ ଇ-କାର୍ଡ଼ ଜାରି କରାଯାଇଛି । ଏହି ଯୋଜନାର ତଦାରଖ କରୁଥିବା ଏଜେନ୍ସି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନ୍ଏଚ୍ଏ) ଏହି ସୂଚନା ପ୍ରଦାନ କରିଛି । ବିଜ୍ଞପ୍ତି ଅନୁସାରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜେ ପି ନଡ୍ନା ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ପିଏମ୍ଜେଏୱାଇ)ର ସମୀକ୍ଷା ଦିଗରେ ଏଥିରେ ହୋଇଥିବା ପ୍ରଗତିର ସୂଚନା ପ୍ରଦାନ କରିଛନ୍ତି । ନଡ୍ଡା ଏନ୍ଏଚ୍ର ସଂଚାଳନ ବୋର୍ଡ଼ର ପ୍ରଥମ ବୈଠକରେ ଅଧ୍ୟକ୍ଷତା କରିବା ସମୟରେ ଏସମ୍ବନ୍ଧରେ ଉଲ୍ଲେଖ କରିଛନ୍ତି । ପ୍ରକାଶ ଯେ ଏହି ଯୋଜନାର ଆରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୨୦୧୮ରେ କରିଥିଲେ । ଏଥିରେ ୧୦.୭୪କୋଟିରୁ ଊଦ୍ଧ୍ୱର୍ ଗରିବ ପରିବାରକୁ ବାର୍ଷିକ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା କଭର୍ ଉପଲବ୍ଧ କରାଯାଇଥାଏ । ସୂଚନାନୁସାରେ ଯୋଜନା ଲାଗୁ ହେବା ପୂର୍ବରୁ ୨୦୦ଦିନରେ ପିଏମ୍-ଜେଏୱାଇ ଅଧିନରେ ୨୦.୮ଲକ୍ଷରୁ ଊଦ୍ଧ୍ୱର୍ ଗରିବ ପରିବାର ଲାଭାନ୍ୱିତ ହୋଇଥିଲେ । ଚିକିତ୍ସା ବୀମାର ଏହି ଯୋଜନା ଅଧିନରେ ଲୋକଙ୍କୁ ୫ହଜାର କୋଟି ଟଙ୍କାର ଚିକିତ୍ସା ସୁବିଧା ଉପଲବ୍ଧ କରାଯାଇଛି । ତେବେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ପ୍ରୟାସ ଦ୍ୱାରା ଏହି ଖର୍ଚ୍ଚ ୨୭୬୦କୋଟି ଟଙ୍କା ରହିଛି । ଯୋଜନା ଅଧିନରେ ଏଯାବତ୍ ୩.୦୭କୋଟି ହିତାଧିକାରୀଙ୍କୁ ପିଏମ୍-ଜେଏୱାଇର ଇ-କାର୍ଡ଼ ଜାରି କରାଯାଇଛି । ଏହି ଯୋଜନା ଅଧିନରେ ୧୫୪୦୦ହସ୍ପିଟାଲ୍କୁ ସଂଯୋଗ କରାଯାଇଛି । ଏଥିରେ ୫୦% ଘରୋଇ ହସ୍ପିଟାଲ ରହିଛି

Spread the love

One thought on “୨ଠ ଲକ୍ଷ ଟପିଲା ଆୟୂଷ୍ମାନ ଭାରତ ଯୋଜନା ହିତାଧିକାରୀଙ୍କ ସଂଖ୍ୟା

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ