ଗୁରାବାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
ଭଂଜନଗର,(ଯୁଗାବ୍ଦ ନ୍ୟୁଜ୍): ସୋମବାର ଦିନ ଭଞ୍ଜନଗର ବ୍ଳକ ଡୁମାକୁମ୍ପା କ୍ଳଷ୍ଟର ଅନ୍ତର୍ଗତ ଗୁରାବାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସରପଞ୍ଚ କୁଞ୍ଜଲତା ପ୍ରଧାନ ମୁଖ୍ୟ ଅତିଥି ରୁପେ ଯୋଗଦେଇଥିବା ବେଳେ ,ସମିତିସଭ୍ୟ ଟୁକୁନା ସାହୁ ସମ୍ମାନତ ଅତିଥି ଓ ସି.ଆର୍.ସି.ସି ତ୍ରିନାଥ ବେହେରା ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ । ପ୍ରଧାନଶିକ୍ଷକ ବିରେନ୍ଦ୍ର ଗୌଡଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବରିଷ୍ଠ ଶିକ୍ଷକ ରମେଶ ଚନ୍ଦ୍ର ବେହେରା ବାର୍ଷିକ ବିବରଣୀ ପଠନ କରିଥିଲେ । ସି.ଆର୍.ସି.ସି ତ୍ରିନାଥ ବେହେରା ବିଦ୍ୟାଳୟକୁ ଶିଶୁ ପ୍ରିୟ କରିବା ପାଇଁ ତଥା ଅଭିଭାବକ ଓ ଗ୍ରାମବାସୀଙ୍କ ସମ୍ମୁଖରେ ବିଦ୍ୟାଳୟର ବର୍ଷକ ର ଘଟଣା କ୍ରମ କୁ ଉପସ୍ଥାପନ କରି ସେମାନଙ୍କ ସହଯୋଗରେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ନିମିତ୍ତ ବାର୍ଷିକ ଉତ୍ସବର ଆବଶ୍ୟକତା କୁ ବ୍ୟାଖ୍ୟା କରିଥିଲେ ।ସରପଞ୍ଚ ପ୍ରତିନିଧି ଶିବ ଶଙ୍କର ପ୍ରଧାନ ନିଜ ବିଦ୍ୟାଳୟ ପ୍ରତି ଗୁରାବାଡି ଗ୍ରାମବାସୀଙ୍କ ସହଯୋଗ କୁ ପ୍ରଶଂସା କରିବା ସହ ଡୁମାକୁମ୍ପା ପଞ୍ଚାୟତର ନାମ ସମଗ୍ର ବ୍ଳକ ରେ ରଖିବାକୁ ସହଯୋଗ କାମନା କରିଥିଲେ । ଏହି ଅବସରରେ କୃତୀ ଶିକ୍ଷାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ଶିବ ନାରାୟଣ ମିଶ୍ର, ଅଭିଷେକ ନାୟକ, ତ୍ରିନାଥ ପ୍ରଧାନ ଙ୍କ ନେତୃତ୍ବରେ ଶିକ୍ଷାର୍ଥୀମାନଙ୍କ ବଳିଷ୍ଠ ଅଭିନୟରେ କ୍ଷୁଦ୍ର ନାଟକ “ଲୁହରେ ବହୁଛି ବୈତରଣୀ “ପରିବେଷଣ ହେବା ସହ ଜନାଦୃତ ଲାଭ କରିଥିଲା । ଶିକ୍ଷକ କୁଞ୍ଜ ବିହାରୀ ମଲ୍ଲିକ ,ଶିକ୍ଷୟତ୍ରୀ ମମତା ସାହୁ,ସୁବାଷିନୀ ବେହେରା , ନାୟବ ସରପଞ୍ଚ ପ୍ରତିନିଧି ଙ୍କ ସମେତ ସମସ୍ତ ଗ୍ରାମବାସୀ,ଅଭିଭାବକ ଏହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ ଓ ଉପସ୍ଥିତ ଅତିଥି,ଗ୍ରାମବାସୀ ବିଦ୍ୟାଳୟର ମୋ ସ୍କୁଲ ଫଣ୍ଡକୁ ପାଞ୍ଚ ହଜାର ରୁ ଉର୍ଦ୍ଧ୍ବ ଟଙ୍କା ବଦାନ୍ୟ ଚିତ୍ତରେ ଦାନ କରିଥିଲେ । ଶେଷରେ ଶିକ୍ଷକ ରମେଶ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିବା ପରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ।