ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଭଞ୍ଜନଗର ସଦର ମହକୁମା ଠାରେ ୭୧ ତମ ସାଧାରଣତନ୍ତ୍ର ଦିବସ ମହାଆଡମ୍ବରରେ ପାଳିତ ହେଇଯାଇଛି | ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଜାତୀୟ ପତାକା ଉତ୍ତଳୋନ କରିବା ସହ ସମ୍ମିଳତ ପରେଡ ରେ ଅଭିବାଦନ ଗ୍ରହଣ କରିଥିଲେ | ପରେଡ ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ନେଇ ୧୯ ଗୋଟି ଟ୍ରୁପ ଅଂଶ ଗ୍ରହଣ କରିଥିଲେ | ଶ୍ରୀ ସତ୍ୟସାଇ ବିଦ୍ୟା ବିହାର ର ଛାତ୍ରଙ୍କ ଦ୍ୱାରା ଘୋଷ ବାଦକ ପରିବେଷଣ କରାଯାଇଥିଲା | ପରେଡ ରେ ସିନିୟର ବିଭାଗରେ କେ. ଏସ. ୟୁ. ବି ମହାବିଦ୍ୟାଳୟ ର ଏନ. ସି. ସି ଆର୍ମି ୱାଙ୍ଗ ଏବଂ ଜୁନିଅର ବିଭାଗରେ ୟୁ. ବି ହାଇସ୍କୁଲ ଆର୍ମି ବିଜେତା ହେଇଥିବା ବେଳେ ସ୍କାଉଡ ଏବଂ ଗାଇଡ ବିଭାଗରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଗାଇଡ ପ୍ରଥମ ଏବଂ ଡି. ଏ. ଭି ପବ୍ଲିକ ସ୍କୁଲ ସ୍କାଉଡ ଦଳ ଉପବିଜେତା ହେଇଥିଲା | ସେଇପରି ସିଭିଲିୟନ ରେ ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ପ୍ରଥମ ଏବଂ ସେଣ୍ଟ. ଜାଭିୟର ହାଇସ୍କୁଲ ଦ୍ବିତୀୟ ସ୍ଥାନ ଅଧିକାରୀ କରିଥିଲା | ସାଂସ୍କୃତିକ କାର୍ଯ୍ୟକ୍ରମରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଥମ , ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ଦ୍ଵିତୀୟ ଏବଂ ଡି. ଏ. ଭି ପବ୍ଲିକ ସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଥିଲା | ସାଧାରଣ ତନ୍ତ୍ର ଦିବସ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର,ଛାତ୍ରୀ ମାନଙ୍କୁ ଅତୀଥି ମାନେ ପୁରସ୍କାର ପ୍ରଦାନ କରିଥିଲେ | ପରେଡ ପରେ ଉପଜିଲ୍ଲାପାଳ ଉପଖଣ୍ଡ ଡାକ୍ତର ଖାନାରେ ରୋଗୀ ଏବଂ ବଡକୋଦଣ୍ଡା ସ୍ଥିତ କୁଷ୍ଠ ରୋଗୀ ରିଲିପ କେନ୍ଦ୍ର ର ଅନ୍ତେ ବାସୀଙ୍କୁ ଫଳ ଏବଂ ମିଷ୍ଟାନ ବଣ୍ଟନ କରିଥିଲେ | ଉପଖଣ୍ଡ ସ୍ତରୀୟ ପରେଡ ରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପୋଲିସ ଏସ. ଡି. ପି. ଓ ଶୁଭ୍ରାଂଶୁ ଶେଖର ମିଶ୍ର, କେ. ଏସ. ୟୁ. ବି କଲେଜ ଅଧ୍ୟକ୍ଷ ନୀଳାଞ୍ଚଳ ମୁନି, ଭଞ୍ଜନଗର ଥାନ ଅଧିକାରୀ ସୁଦୀପ୍ତ କୁମାର ସାହୁ, ଭଞ୍ଜନଗର ତହସିଲଦାର ଆଲୋକ କୁମାର ପ୍ରଧାନ ସମେତ ବହୁ ବୁଦ୍ଧିଜୀବୀ, ସାଧାରଣ ଜନତା, ପୋଲିସ କର୍ମଚାରୀ, ଅଗ୍ନିଶମ ବିଭାଗ .ଡାକ୍ତରୀ ଦଳ , ସମସ୍ତ ସ୍କୁଲ ,କଲେଜ ର ଶିକ୍ଷକ , ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ