ମୟୂର ସମ୍ପର୍କରେ ଜାଣିବା କଥା
ମୟୂର ଆମର ଜାତୀୟ ପକ୍ଷୀ । ପୁଚ୍ଛ ପାଇଁ ଏହା ଖୁବ୍ ସୁନ୍ଦର ଦେଖାଯାଏ । ବର୍ଷା ଦେଖିଲେ ପୁଚ୍ଛ ମେଲାଇ ନୃତ୍ୟ କରିଥାଏ । ଆମେ ଏତିକି ଜାଣିଛେ ମାତ୍ର ମୟୂର କ’ଣ ଖାଏ? ଏହା ପୁଚ୍ଛରେ କେତୋଟି ଚନ୍ଦ୍ରିକା ରହିଛି ଜାଣନ୍ତି କି? ଯଦି ନା ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ ।
ପୁଚ୍ଛ : ଗୋଟିଏ ମୟୂର ପୁଚ୍ଛରେ ୧୫୦ଟି ଚନ୍ଦ୍ରିକା ଥାଏ । ଏହାର ରଙ୍ଗ ହଳଦୀ, ନୀଳ, ବାଇଗଣୀ ଏବଂ ଧୂସର ହୋଇଥାଏ । ମୟୂର ପୁଚ୍ଛର ଲମ୍ବ ୬ ଫୁଟ ହୋଇଥାଏ । ଏହା ତା’ ଶରୀର ଲମ୍ବର ପ୍ରାୟ ଶତକଡ଼ା ୬୦ ଭାଗ । ଭଗବାନ ଶ୍ରୀକୃଷ୍ଣ, କାର୍ତ୍ତିକଙ୍କ ମୁଣ୍ଡରେ ମୟୂର ଚନ୍ଦ୍ରିକା ଶୋଭା ପାଇଥାଏ । ହିନ୍ଦୁଧର୍ମ ଅନୁସାରେ ଘରେ ମୟୂର ପୁଚ୍ଛ ରଖିଲେ ନକାରାତ୍ମକ ଶକ୍ତି ଦୂରେଇ ଯାଏ । ପ୍ରାଚୀନ କାଳରେ ମୟୂର ପୁଚ୍ଛ କାଠିକୁ କାଳିରେ ବୁଡ଼ାଇ ଲେଖାଯାଉଥିଲା ।
ମୟୂରର ସ୍ୱର : ୧୧ ପ୍ରକାର ସ୍ୱର କରିଥାଏ ମୟୂର । ମୟୂର ପ୍ରତିଘଣ୍ଟାରେ ୧୬ କି.ମି ଖୁବ୍ ଜୋର୍ରେ ଦୌଡ଼ିଥାଏ ।
ଆୟୁଷ : ଏହା ୨୦ ବର୍ଷ ବଞ୍ଚିଥାଏ ।
ମୟୂର କ’ଣ ଖାଇଥାଏ : ମୟୂର ସର୍ବାହାରି । ଘାସ, ପତ୍ର, ମକା, ଗହମ, ଝିଟିପିଟି, ମୂଷା, ସାପ ଇତ୍ୟାଦିକୁ ଖାଦ୍ୟ ଭାବେ ଗ୍ରହଣ କରିଥାଏ । ଏଥିପାଇଁ ମୟୂରକୁ କୃଷକର ଭଲ ବନ୍ଧୁ କୁହାଯାଏ ।


