ଦେହରୁ ପୋଷାକ ଖୋଲି ଡିନର କରନ୍ତି ଗ୍ରାହକ
ଘର ଖାଦ୍ୟ ଖାଇ ଖାଇ ଯେତେବେଳେ ପାଟି ଅରୁଚି ହୋଇଯାଏ ଲୋକେ ରେଷ୍ଟୁରାଣ୍ଟ ଯାଇଥାନ୍ତି କିଛି ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ । ଖାଦ୍ୟ ତ ମିଳିଯାଏ, ମାତ୍ର ରେଷ୍ଟୁରାଣ୍ଟ ଅଜବ ଧରଣର ହୋଇଥାଏ । ଯେଉଁ ରେଷ୍ଟୁରାଣ୍ଟରେ ଦେହରୁ କପଡ଼ା ଖୋଲି ଡିନର କରିବାକୁ ପଡ଼ିଥାଏ ଗ୍ରାହକଙ୍କୁ । ଆଉ କିଛି ରେଷ୍ଟୁରାଣ୍ଟରେ ନର୍ସ ପୋଷାକ ପିନ୍ଧି ୱେଟର ଖାଦ୍ୟ ପରଷୁଛନ୍ତି ତ ଆଉ କେଉଁଠି କେବଳ ଜାଆଁଳା ଭଉଣୀ ଖାଦ୍ୟ ପରଷିଥାନ୍ତି । ଆସନ୍ତୁ ଜାଣିବା ଏପରି ରେଷ୍ଟୁରାଣ୍ଟ ସମ୍ପର୍କରେ ।
ନ୍ୟୁୟର୍କ : ଏଠାରେ ଏମିତି ଏକ ରେଷ୍ଟୁରାଣ୍ଟ ଅଛି, ଯେଉଁଠି ଗ୍ରାହକଙ୍କୁ ଦେହରୁ କପଡ଼ା ଖୋଲି ଖାଦ୍ୟ ଖାଇବାକୁ ପଡ଼ିଥାଏ ।
ତାଇପେଇ : ତାଇପେଇର ଏକ ରେଷ୍ଟୁରାଣ୍ଟରେ ମହିଳା ୱେଟରଙ୍କୁ ନର୍ସ ପୋଷାକ ପିନ୍ଧି ଗ୍ରାହକଙ୍କୁ ଖାଦ୍ୟ ପରଷିବାକୁ ପଡ଼ିଥାଏ ।
ମସ୍କୋ : ଏଠାରେ ଏମିତି ଏକ ରେଷ୍ଟୁରାଣ୍ଟ ରହିଛି, ଯେଉଁଠି କେବଳ ଜାଆଁଳା ଭଉଣୀ ଖାଦ୍ୟ ପରଷିଥାନ୍ତି ।
ଟୋକିଓ : ଟୋକିଓରେ ଏମିତି ଏକ ରେଷ୍ଟୁରାଣ୍ଟ ଅଛି, ଯେଉଁଠି ପୁରୁଷ ୱେଟରଙ୍କୁ ମହିଳାଙ୍କ ପୋଷାକ ପିନ୍ଧି ଖାଦ୍ୟ ପରଷିବାକୁ ପଡ଼ିଥାଏ ।
ଚାଇନା : ଚାଇନାର ଶେନ୍ଜେନ୍ ସ୍ଥିତ ଏକ ହୋଟେଲରେ ଟେବୁଲ ଏବଂ ସିଟ୍ ଟଏଲେଟ୍ ପରି । ଏହି ସିଟ୍ରେ ବସି ଗ୍ରାହକ ତାସ୍ ଖେଳିବା ସହ ମୃଦ୍ୟୁ ପାନୀୟ ପିଇଥାନ୍ତି । ଏଠାରେ ଆଉ ଏକ ରେଷ୍ଟୁରାଣ୍ଟ ରହିଛି ଯାହା ଦେଖିବାକୁ ଜେଲ୍ ପରି ।