ଟ୍ରକ ଚାପାରେ ମହିଳା ମୃତ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍): ସଡକ ଦୂର୍ଘଟଣାରେ ଜଣେ ମହିଳାଙ୍କ ମୃତ ହୋଇଛି । ମୃତକ ଜଣକ ପରିଚୟ ପଂଚମା ଅଞ୍ଚଳର ନନ୍ଦିନୀ ଗୈାଡ ବୋଲି ଜଣାପଡିଛି । ମିଳିଥିବା ଖବର ଅନୁଯାୟୀ ଆଜି ସଂନ୍ଧ୍ୟା ପ୍ରାୟ ୬ ଟା ସମୟରେ ମହିଳା ଜଣକ ନିଜର ସ୍କୁଟିରେ ପଂଚମା ଠାରୁ ଲାଞ୍ଜିପଲ୍ଲି ଆସୁଥିବା ବେଳେ ହଠାତ୍ ହଳଦିଆପଦର ନିକଟରେ ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ଏହା ପରେ ମହିଳା ଜଣଙ୍କ ଭାରସାମ୍ୟ ହରାଇ ତଳେ ପଡିଯାଇଥିଲେ ଏହା ପରେ ଭୁମିରୁ ଉଠିବା ପାଇଁ ଚେଷ୍ଟା କରୁଥିବା ବେଳେ ହଠାତ୍ ଦ୍ରୁତଗତିରେ ଆସି ଏକ ଟ୍ରକ ତାଙ୍କ ଅଣ୍ଟା ଉପରେ ମାଡିଯାଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ନନ୍ଦିନୀଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଏଭଳି ଏକ ଦୁଖଦ ଖବର ପ୍ରସାରିତ ହେବା ପରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତହନ୍ତ ଆରମ୍ଭ କରିଥିବା ଜଣାପଡିଛି ।


