ଉପସ୍ଥିତି ବୁଦ୍ଧି ଯୋଗୁ ବାଘ ମୁହଁରୁ ବର୍ତ୍ତିଲେ ଯୁବକ

ମୁମ୍ବାଇ: ବୁଦ୍ଧି ଥିଲେ ମରଣ ମୁହଁରୁ ମଧ୍ୟ ରକ୍ଷା ମିଳେ। ଏଭଳି ଘଟଣା ଘଟିଛି ଜଣେ ଯୁବକଙ୍କ କ୍ଷେତ୍ରରେ। ଉପସ୍ଥିତ ବୁଦ୍ଧି ଖଟେଇ ଜଣେ ଯୁବକ ବାଘ ପଞ୍ଝାରୁ ନିଜକୁ ବଞ୍ଚାଇପାରିଛି। ଏହାକୁ ବୋଧହୁଏ ବିଶ୍ବାସ କରିବା ସହଜ ନୁହେଁ। କିନ୍ତୁ ଏହା ଏକ ବାସ୍ତବ ଘଟଣା ଓ ବର୍ତ୍ତମାନ ଏ ସମ୍ପର୍କିତ ଭିଡିଓଟି ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି। ଏହି ଭିଡିଓଟିକୁ ଆଇଏଫ୍‌ଏସ୍‌ ଅଫିସର୍‌ ପରବୀନ୍‌ କସୱାନ୍‌ ଟ୍ବିଟ୍‌ କରିଛନ୍ତି।
ଏହି ୩୦ ସେକେଣ୍ଡ୍‌ ଅବଧି ବିଶିଷ୍ଟ ଭିଡିଓରେ ଗ୍ରାମବାସୀ ଗୋଟିଏ ବାଘକୁ ଘଉଡ଼ାଉଥିବା ବେଳେ ଅଚାନକ ବାଘ ହାବୁଡ଼ରେ ଯୁବକଟି ପଡ଼ିଯାଇଛି। ତେବେ ଯୁବକ ଜଣଙ୍କ ଛାତି ଉପରେ ଗୋଡ଼ ରଖି ବାଘଟି ତାଙ୍କୁ ଜଗିରହିଥିବା ବେଳେ ଯୁବକ ଜଣଙ୍କ ବେଶ୍‌ ସାହସର ସହ ମୃତବତ୍‌ ପଡ଼ିରହିଛନ୍ତି। ସେ ନିଜକୁ ବଞ୍ଚାଇବା ପାଇଁ କୌଣସି ପ୍ରକାର ଉଦ୍ୟମ କରୁନାହାନ୍ତି। ଇତିମଧ୍ୟରେ ଗ୍ରାମବାସୀ ବାଘଟିକୁ ଘଉଡ଼ାଇବା ପାଇଁ ମଧ୍ୟ ଉଦ୍ୟମ କରିଛନ୍ତି। ବାଘଟି ପାଖାପାଖି ବେଶ୍‌ କିଛି ସମୟ ଯୁବକ ନିକଟରେ ବସିରହିଥିଲେ ହେଁ ଯୁବକ ଜଣଙ୍କ ଆଦୌ ଘାବରେଇ ଯାଇ ନ ଥିଲେ। ଶେଷରେ ବାଘଟି ସେଠାରୁ ପଳାଇଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ଘଟଣାଟି ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲା ଅନ୍ତର୍ଗତ ଟୁମ୍‌ସାର୍‌ଠାରେ ଘଟିଛି। ସୋସିଆଲ୍‌ ମିଡିଆରେ ଯୁବକଙ୍କ ସାହସ ଓ ଉପସ୍ଥିତ ବୁଦ୍ଧିକୁ ସମସ୍ତେ ପ୍ରଶଂସା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ