ଅଙ୍ଗନୱାଡି ସହାୟିକା ସଙ୍ଘ ବୈଠକ

କେନ୍ଦ୍ରାପଡା – କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ମାର୍ଶାଘାଇ ଅଙ୍ଗନୱାଡି ସହାୟିକା ଶାଖା ସଙ୍ଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବ୍ଲକ ସଭାନେତ୍ରୀ ଶକୁନ୍ତଳା ସେନାପତିଙ୍କ ପୈାରହିତ୍ୟରେ ଅନୁଷ୍ଠିତ ବୈଠକରେ ସଙ୍ଘର ଜିଲ୍ଲା ସଭାପତି ବିନୟ କୁମାର ଘୋଷ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ବୈଠକରେ ଅଙ୍ଗନୱାଡି କେନ୍ଦ୍ର ଗୁଡିକର ହିତାଧିକାରୀ(ଶିଶୁ ଓ ଗର୍ଭବତୀ)ମାନଙ୍କ ତାଲିକା ସହାୟିକାଙ୍କୁ ପ୍ରଦାନ କରାଯିବା,କେନ୍ଦ୍ରକୁ ଆସୁଥିବା ଖାଦ୍ୟପଦାର୍ଥ ଅଙ୍ଗନୱାଡିକର୍ମୀଙ୍କ ଘରେ ରଖାନଯାଇ କେନ୍ଦ୍ର ଗୃହରେ କିମ୍ବା ଅନ୍ୟ ସୁରକ୍ଷିତ ସ୍ଥାନରେ ରଖାଯିବା,କର୍ମୀମାନେ ସହାୟିକାମାନଙ୍କୁ ସମସ୍ତ ବିଷୟ ଅବଗତ କରିବା,କେନ୍ଦ୍ର ଓ ସେକ୍ଟର ବୈଠକରେ ସହାୟିକାମାନଙ୍କୁ ସାମିଲ କରାଯିବା,ଶିଶୁବିକାଶ ଯୋଜନା ଅଧିକାରୀ(ସିଡିପିଓ) ଏବଂ କ୍ଷେତ୍ରପରିଦର୍ଶିକା(ସୁପରଭାଇଜର)ମାନେ ବାସ୍ତବତା ସମ୍ପର୍କରେ ଅବଗତ ହୋଇ ଦୁର୍ନିତୀମୁକ୍ତ ଭାବେ ଅଙ୍ଗନୱାଡିକେନ୍ଦ୍ର ଚାଲିବା ନିମନ୍ତେ ସୁବନ୍ଦୋବସ୍ତ କରିବା,ପ୍ରତ୍ୟେକ ମାସରେ ପ୍ରତି ବ୍ଲକ ସ୍ତରରେ ଓ ସେକ୍ଟର ସ୍ତରରେ ସଙ୍ଘର ବୈଠକ ବସିବା ପ୍ରଭୃତି ସମ୍ପର୍କରେ ସବିସ୍ତୃତ ଆଲୋଚନା କରାଯାଇ ନିଷ୍ପତି ଗ୍ରହଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ଉପଦେଷ୍ଟା ସୁଦାମ ଚରଣ ମଳିକ, ଭାଗବତ ନାୟକ, ପ୍ରେମାନନ୍ଦ ବାରିକ, ରାଜେଶ କୁମାର ଦାଶ, ଅଶୋକ କୁମାର ପଣ୍ଡା, ବିପିନ ବିହାରି ଦାସ, ଶସ୍ମିତା ଲେଙ୍କା, ମହେଶ୍ୱତା ବିଶ୍ୱାଳ, ସର୍ମିଷ୍ଠା ଦାସ, ରୀନା ସାମନ୍ତରାୟ, ଆରତୀ ଜେନା, ଜୀତା ରାଉତ, ମୀନତି ରାଉତ, ଟୁନା କୁମାରୀ ପରିଡା, ଭାରତୀ ସ୍ୱାଇଁ, ଅନୁସୟା ମହାରଣା, ରୋଜାଲୀନ ମହାପାତ୍ର, ସଂଗୀତା ମହାନ୍ତି, ଚନ୍ଦ୍ରକାନ୍ତି ସାମଲ, ସବିତା ପ୍ରଧାନ, ଶୁକାନ୍ତି ପଣ୍ଡା, ଆଶାଲତା ପରିଡା, ପ୍ରଣତି ସାମଲ, ଗୀତାଞ୍ଜଳି ପଣ୍ଡା, ଶସ୍ମିତା ଭଦ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ