ଚୋରା ମଦ ଜବତ, ୮ଗିରଫ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆର.ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧୀକ୍ଷକ ବିପ୍ରଚରଣ ମଣ୍ଡଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି, ରାଜକନିକ, ମାର୍ଶାଘାଇ, ଜମ୍ବୁ ସାମୁଦ୍ରିକ, ଡେରାବିଶ ଏବଂ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ଦାସଭାଗରିଆ ଗ୍ରାମର ରୁଣୁ ବେହେରା (୩୭)ଙ୍କ ନିକଟରୁ ୨୬ ଲିଟର ଚୋରା ବିଦେଶୀ ମଦ, ତୁଳଶିଶାସନ ଗ୍ରାମର ତ୍ରିଲୋଚନ ଦାସ(୫୧ )ଙ୍କ ନିକଟରୁ ୧୯ ଲିଟର ଚୋରା ଦେଶୀ ମଦ, ବାରୁଣଦିଆ ଗ୍ରାମର ଜୀତେନ୍ଦ୍ର ସେଠୀ (୩୫)ଙ୍କ ନିକଟରୁ ୨୨ ଲିଟର ଚୋରା ବିଦେଶୀ ମଦ, ପ୍ରଭାକରପୁର ଗ୍ରାମର ଗାମୀ ରାଉତ(୩୬)ଙ୍କ ଠାରୁ ୯ ଲିଟର ଚୋରା ଦେଶୀ ରନ୍ଧା ମଦ, ଶ୍ୟାମଯୋରି ଗ୍ରାମର ଶୁକ ଖିଲାର(୫୫)ଙ୍କ ନିକଟରୁ ୧୦ ଲିଟର ଚୋରା ଦେଶୀ ରନ୍ଧା ମଦ, ଜମ୍ବୁ ଗ୍ରାମର ଦିଲୀପ ପଲେଇ(୪୫)ଙ୍କ ନିକଟରୁ ୧୮ ଲିଟର ଚୋରା ବିଦେଶୀ ମଦ, ନୀଳିକଣା ଗ୍ରାମର ଅଜୟ କୁମାର ସ୍ୱାଇଁ(୪୮)ଙ୍କ ନିକଟରୁ ୨୭ ଲିଟର ଚୋରା ବିଦେଶୀ ମଦ ଓ ବିଶ୍ୱକ ଗ୍ରାମର ପ୍ରଶାନ୍ତ କୁମାର ସାହୁ(୪୪)ଙ୍କ ନିକଟରୁ ୩୫ ଲିଟର ଚୋରା ବିଦେଶୀ ମଦ ଜବତ କରାଯାଇଥିଲା। ଉକ୍ତ ଚଢ଼ାଉରେ ସମୁଦାୟ ୧୬୬ ଲିଟର ଦେଶୀ, ଦେଶୀ ରନ୍ଧା ଓ ବିଦେଶୀ ଚୋରା ମଦ ଜବତ କରାଯାଇଥିବାବେଳେ ୮ ଜଣ ଚୋରାମଦ ବେପାରୀଙ୍କୁ ଗିରଫ କରାଯାଇ ଆଇନାନୁଯାୟୀ କୋର୍ଟ ଚାଲାଣ କରାଯାଇଛି। ଆଗକୁ ଅବକାରୀ ଚଢ଼ାଉ ଅଧିକ ଜୋରଦାର କରାଯିବ ବୋଲି କେନ୍ଦ୍ରାପଡ଼ା ଅବକାରୀ ଅଧିକ୍ଷକ ଶ୍ରୀ ମଣ୍ଡଳ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ