ନୂଆ କମ୍ପାନୀର ହେବ ପାନ୍, ଟାନ୍, ଇପିଏଫ୍, ଇଏସ୍ଆଇସି ପଞ୍ଜିକରଣ

ନୂଆଦିଲ୍ଲୀ, (ଏଜେନ୍ସି): ଭାରତ କାରବାର ସୁଗମତା କ୍ଷେତ୍ରରେ ଅତିଶୀଘ୍ର ଇତିହାସ ରଚିବାକୁ ଯାଉଛି । କେନ୍ଦ୍ରସରକାର ଦେଶରେ ବ୍ୟବସାୟିକ ଉଦ୍ୟମ ବଢ଼ାଇବା ପାଇଁ ଏପରି କିଛି ପଦକ୍ଷେପ ଗ୍ରହଣ କରିବ ଯାହା ପୂର୍ବରୁ ହୋଇନାହିଁ । ଏହି ଐତିହାସିକ ପଦକ୍ଷେପ ଇଜ୍ ଅଫ୍ ଡୁଇଙ୍ଗ୍ ବିଜ୍ନେସ୍ ତାଲିକାରେ ଥରକେ ୨୭ତମ ସ୍ଥାନ ଊଦ୍ଧ୍ୱର୍କୁ ଯିବା ଲକ୍ଷ୍ୟରେ ଗ୍ରହଣ କରାଯାଉଛି । ଯଦ୍ୱାରା ଚଳିତ ବର୍ଷରେ ଜାରି ହେବାକୁ ଥିବା ନୂଆ ତାଲିକାରେ ଦେଶର ପ୍ରମୁଖ ୫୦ଦେଶରେ ପହଞ୍ôଚଯିବ । ଏହା ଅଧିନରେ ଭାରତରେ କମ୍ପାନୀ ଆରମ୍ଭ କରିବାର ପ୍ରକ୍ରିୟା ପୂର୍ବାପେକ୍ଷା ଅଧିକ ସହଜ କରାଯିବ । ପରମାନେଟ୍ ଆକାଉଣ୍ଟ ନମ୍ବର, ଟିକସ ଆକାଉଣ୍ଟ ନମ୍ବର, ଗୁଡ୍ସ ଆଣ୍ଡ୍ ସର୍ଭିସ୍ ଟ୍ୟାକ୍ସ, ଏମ୍ପେ୍ଲାଇ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ ଓ ଏମ୍ପେ୍ଲାଇ ଷ୍ଟେଟ୍ ଇନ୍ସୁରାନ୍ସ କର୍ପୋରେସନ୍ର ପଞ୍ଜିକରଣ ୩ଦିନରେ ଉପଲବ୍ଧ କରାଇବାକୁ ପ୍ରସ୍ତୁତି କରାଯାଉଛି । ଉଦ୍ୟୋଗ ଓ ଅନ୍ତରାଷ୍ଟ୍ରୀୟ ବ୍ୟବସାୟିକ ବିଭାଗ (ଡିପିଆଇଆଇଟି) ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍ରେ ଭାରତର ର‌୍ୟାଙ୍କିଂ ସୁଧାରିବା ଉପାୟରେ କାର୍ଯ୍ୟ କରାଯାଉଛି । ପ୍ରକାଶ ଯେ, ଏବେ କମ୍ପାନୀର ନାମ ରିଜର୍ଭ କରାଇବାକୁ ସମସ୍ୟା ରହିଛି । ଯାହାକୁ କର୍ପୋରେଟ୍ ଆଫେୟାର୍ସ ମନ୍ତ୍ରଣାଳୟ ଦୂର କରିବା ପାଇଁ ଚେଷ୍ଟା ଚଳାଇଛି । ଅନେକ ଥର ଏଜେନ୍ସି ଗୁଡ଼ିକ ନିକଟରେ ଧାଡ଼ିରେ ରହିବା କାରଣରୁ କ୍ଲିୟରାନ୍ସରେ ଅନେକ ସମୟ ଲାଗିଥାଏ । ଏହାର ସମାଧାନ ପାଇଁ ମଧ୍ୟ ଚେଷ୍ଟା କରାଯାଉଛି । ସମସ୍ତ କେନ୍ଦ୍ରୀୟ ଏଜେନ୍ସି ଗୁଡ଼ିକ ନିକଟରେ ରେଜିଷ୍ଟେସନ୍ ପାଇଁ ଏକ ସହଜ ପ୍ରକ୍ରିୟା ପ୍ରସ୍ତୁତ କରାଯାଉଛି । ଗତବର୍ଷ ଅକ୍ଟୋବରରେ ଜାରି ହୋଇଥିବା ୱାର୍ଲ୍ଡ ବ୍ୟାଙ୍କର ଇଜ୍ ଅଫ୍ ଡୁଇଙ୍ଗ୍ ବିଜ୍ନେସ୍ ର‌୍ୟାଙ୍କିଂରେ ଭାରତ ୨୩ତମ ସ୍ଥାନ ଉପରକୁ ଯାଇ ୭୭ରେ ପହଞ୍ôଚଥିଲା । ସରକାରଙ୍କ ପକ୍ଷରୁ କାରବାର ପାଇଁ ସମସ୍ୟା ହ୍ରାସ କରିବାକୁ ଚେଷ୍ଟା କାରଣରୁ ଗତ ଦୁଇବର୍ଷ ମଧ୍ୟରେ ଏହି ର‌୍ୟାଙ୍କିଂରେ ଭାରତର ସ୍ଥାନ ଉନ୍ନତ ରହିଛି । ୱାର୍ଲ୍ଡ ବ୍ୟାଙ୍କ ଏହି ର‌୍ୟାଙ୍କିଂ ପାଇଁ ସର୍ବାଧିକ ସୁଧାରକାରୀ ଦେଶ ମଧ୍ୟରେ ଭାରତକୁ ଅନ୍ୟତମ ଦର୍ଶାଇଛନ୍ତି । ୨୦୧୪-୧୮ ମଧ୍ୟରେ ଭାରତ ଏହି ର‌୍ୟାଙ୍କିଂରେ ୬୫ତମ ସ୍ଥାନ ଉପରକୁ ଚଢ଼ିଥିବାବେଳେ ଚୀନ୍ ୨୭ତମ ସ୍ଥାନ ନିମ୍ନକୁୂ ଖସିଛି । ଡିପିଆଇଆଇଟି ର‌୍ୟାଙ୍କିଂରେ ସୁଧାର ପାଇଁ ଇନ୍ସଲ୍ଭେନ୍ସି ଫ୍ରେମ୍ୱାର୍କ, ସମ୍ପତ୍ତି ପଞ୍ଜିକରଣ, ଟିକସ ପେମେଣ୍ଟ ଓ ଏହାର ରିଫଣ୍ଡରେ ପରିବର୍ତ୍ତନ କରିବାର ଯୋଜନା ପ୍ରସ୍ତୁତ ହୋଇଛି । ଏଥିମଧ୍ୟରେ କିଛି ସ୍ଥାନରେ ଭାରତର ର‌୍ୟାଙ୍କିଂ ୧୦୦ରୁ ନିମ୍ନରେ ରହିଛି । ଡିପିଆଇଆଇଟି ଯୋଜନାରେ ରାଜ୍ୟର ଏଜେନ୍ସି ଗୁଡ଼ିକୁ ମଧ୍ୟ ସାମିଲ କରାଯାଇଛି । ଏହାଦ୍ୱାରା ଉଭୟ କେନ୍ଦ୍ର ଓ ରାଜ୍ୟରୁ କ୍ଲିୟରାନ୍ସର ଆବଶ୍ୟକାରୀ କମ୍ପାନୀକୁ ଏହାକୁ ଅତିଶୀଘ୍ର ହାସଲ କରିବାରେ ସାହାଯ୍ୟ ମିଳିବ । ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍ ର‌୍ୟାଙ୍କିଂ ଦେଶରେ ବିଜ୍ନେସ୍ର ପରିବେଶର ମଧ୍ୟ ଏକ ମାପଦଣ୍ଡ । ବିଦେଶୀ ନିବେଶକଙ୍କ ମଧ୍ୟରେ ଦେଶର ଆକର୍ଷଣ ବଢ଼ାଇବା ପାଇଁ ମଧ୍ୟ ସରକାର ଏହି ର‌୍ୟାଙ୍କିଂରେ ଦେଶକୁ ପ୍ରମୁଖ ୫୦ମଧ୍ୟରେ ଆଣିବାକୁ ଚାହୁଁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ