ଚତୁର୍ଥ ଟି-୨ ଜିତିଲା ଟିମ୍ ଇଣ୍ଡିଆ
ଓ୍ବେଲିଂଟନ- ପୂର୍ବ ମ୍ୟାଚ୍ ଭଳି ଆଜିର ମ୍ୟାଚ ମଧ୍ୟ ସୁପର ଓଭରରେ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୦ ଓଭରରେ ୮ ଉଇକେଟ ହରାଇ ୧୬୫ ରନ୍ କରିଥିଲା। ଜବାବରେ ଘରୋଇ ନ୍ୟୁଜିଲାଣ୍ଡ ଶେଷ ପର୍ୟ୍ୟନ୍ତ ଖେଳି ୬ ଉଇକେଟ ହରାଇ ସମାନ ସଂଖ୍ୟକ ରନ କରିବାକୁ ସକ୍ଷମ ହୋଇଥିଲେ । ସୁପର ଓଭରରେ ନ୍ୟୁଜିଲାଣ୍ଡ ପକ୍ଷରୁ ଧାର୍ୟ୍ୟ ୧୪ ରନ୍ର ବିଜୟ ଲକ୍ଷ୍ୟକୁ ବିରାଟ ବାହିନୀ ଗୋଟିଏ ବଲ ପୂର୍ବରୁ ହାସଲ କରିଛି। ଏଥିସହିତ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଭାରତ ୪-୦ରେ ଆଗୁଆ ରହିଛି।