କନ୍ତିଆ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟ, ବିଦ୍ୟାଳୟରେ ବୃକ୍ଷରୋପଣ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌): ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ କନ୍ତିଆସ୍ଥିତ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟ ଓ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିବେଶକୁ ସୁସ୍ଥ ରଖିବା ଲକ୍ଷ୍ୟରେ ଉଭୟ ମହାବିଦ୍ୟାଳୟ ଓ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ ପ୍ରକାର ଫଳ, ଫୁଲ ଗଛ ଲଗାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶଙ୍କର୍ଷଣ ଦାଶ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନନ୍ତ ଚରଣ ସାହୁ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗୟାଧର ରାଉତ, ସମବାୟ ବ୍ୟାଙ୍କର କର୍ମଚାରୀ ଭାସ୍କର ମହାପାତ୍ର, ଅଧ୍ୟାପକ ସୁବାଷ ଚନ୍ଦ୍ର ନାୟକ, ବଙ୍କିମ ଚନ୍ଦ୍ର ନାୟକ, ଆଇନଜୀବି ଅଣାକାର ମଲ୍ଲିକ, ବିଦ୍ୟାଳୟ କର୍ମଚାରୀ ଭାବଗ୍ରାହୀ ନାୟକ, ଅଧ୍ୟାପକ ଚନ୍ଦ୍ରକାନ୍ତ ବେହେରା, ମନୋଜ ରାଉତ, ସୁଶାନ୍ତ ବେହେରା, ଉତ୍ତମ ବିଶ୍ୱାଳ, ଶଙ୍କର୍ଷଣ ରାଉତ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ