ବସନ୍ତିଆରେ ସାଂସ୍କୃତିକ ମହୋତ୍ସବ ଉଦ୍ଯାପିତ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍): ବନ୍ତ ବ୍ଲକ ବସନ୍ତିଆ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ଦୁଇ ଦିନ ଧରି ଅନୁଷ୍ଠିତ ବାର୍ଷିକ ସାଂସ୍କୃତିକ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି । ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ପ୍ରଦୀପ୍ତ କୁମାର ପଣ୍ଡା, ସୁଶୀଲ ମୈକାପ, ଲକ୍ଷ୍ମୀଧର ପଣ୍ଡା, ମଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋରଞ୍ଜନ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ । ଶିକ୍ଷକ ଆଲୋକ କୁମାର ପ୍ରଧାନ ଅତିଥି ପରିଚୟ, ସ୍ୱାଗତ ଭାଷଣ ଏବଂ ଗଙ୍ଗାଧର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ଆଲୋକ କୁମାର ପ୍ରଧାନଙ୍କ ସଂଯୋଜନାରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସଂଗୀତ, ନୃତ୍ୟ, ଏକକ ଅଭିନୟ, ପ୍ରଶ୍ନମଞ୍ଚ, ତର୍କ, ଗ୍ରୁପ୍ ଡ୍ୟାନ୍ସ, ଲଘୁନାଟିକା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଚାରକ ଭାବେ ପଦ୍ମନାଭ ବେହେରା, ସସ୍ମିତା ମହାନ୍ତି, ସ୍ୱାଗତିକା ମଲ୍ଲିକ, ଅକ୍ଷୟ ସେଠୀ, କଲ୍ୟାଣ କୁମାର ରାଉତରାୟ ଯୋଗ ଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଆଦ୍ୟାଶା ମହାନ୍ତି, ପିଙ୍କି ମାରାଣ୍ଡି, ସରିତା କିସ୍କୁ, ଲିପିକା ସାହୁ, ଜ୍ୟୋତିର୍ମୟୀ ସାହୁ, ଶୁଚିସ୍ମିତା ନାୟକ, ଶିବ ପ୍ରସାଦ ଓଝା, ଅନ୍ତର୍ଯ୍ୟାମୀ ବିଶ୍ୱାଳ, ପଶୁ୍ର୍ରାମ ପଳତା, ଆଲୋକ ଜେନା, କୃଷ୍ଣ ଚନ୍ଦ୍ର ପରିଡାଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷକ ନାରାୟଣ ଚନ୍ଦ୍ର ପୃଷ୍ଟି, ସ୍ୱାଗତିକା ମଲ୍ଲିକ, ସସ୍ମିତା ମହାନ୍ତି, ହରପ୍ରିୟା ପରିଡା, ପଦ୍ମିନୀ ସେଠୀ, ରଶ୍ମିରାଣୀ ସୁଆର, ଜୟକୃଷ୍ଣ ପରିଡା, ନନ୍ଦ କିଶୋର ପଣ୍ଡା, ବୁଦ୍ଧିରାମ ସାହୁ, ତ୍ରିଲୋଚନ ଦାସ ସହଯୋଗ କରିଥିଲେ ।


