ସ୍ପର୍ଶ ସ୍କୁଲର ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ
ରାଇରଙ୍ଗପୁର-ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁରସ୍ଥ ଅଗ୍ରଣୀ ଇଂଲିଶ ମିଡିୟମ ସ୍କୁଲ ‘ସ୍ପର୍ଶ ସ୍କୁଲ’ର ଶୁକ୍ରବାର ଦିନ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଅଗ୍ନିଶମ ବିଭାଗର ସାର୍କଲ ଅଫିସର ଶରତ ଚନ୍ଦ୍ର ସିଂ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲୀପ ମହାନ୍ତି ,ଅନ୍ୟତମ ଅତିଥି ଶିକ୍ଷକ ରଂଜନ ନନ୍ଦ, ସିନେ କଳାକାର ପଙ୍କଜ ସିଂ ,ପ୍ରିନସିପାଲ ବଳରାମ ଟୁଡୁ,ସ୍କୁଲର ଆସିଷ୍ଟାଣ୍ଟ ଡାଇରେକ୍ଟର ବ୍ରଜ କିଶୋର ସେଠୀ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସମାଜର ପ୍ରଗତିର ଚାବିକାଠି ହେଉଛି ଶିଖକ୍ଳଘ ।ଅନ୍ଧାରିଆ ମୁଲକାରୁ ଆଲୋକ ମୁଲାକାକୁ ପହଞ୍ଚାଇଥାଏ ବୋଲି ଅତିଥି ଗଣ କହିଥିଲେ ।ଜୀବନର ଜିଈଁବାର କଳା ହେଉଛିଶିକ୍ଷା ।ପରେ ବାର୍ଷିକ ଉତ୍ସବ ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ ।ପରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।


