ମ୍ୟାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍

ପୁଣି ମ୍ୟାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ହୋଇଛି। ଆଜି ଗଣିତ ପରୀକ୍ଷା ଥିଲା। ତେବେ ପରୀକ୍ଷା ଚାଲିଥିବା ବେଳେ ଏହାର ‘ସେଟ୍-ଡି’ର ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାରେ ମୋବାଇଲରୁ ମୋବାଇଲ୍କୁ ଘୂରି ବୁଲିଥିଲା ଏହି ପ୍ରଶ୍ନ। ପ୍ରଶ୍ନପତ୍ର ସହିତ ଏକ ଆଡମିଟ୍ କାର୍ଡର ଫଟୋ ବି ଭାଇରାଲ୍ ହୋଇଛି।ଏହି ଘଟଣାରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ୩ ଜଣଙ୍କୁ ସସ୍ପେଣ୍ଡ୍ କରିଛନ୍ତି। କଳାହାଣ୍ଡି ପରମାନନ୍ଦ ଉଚ୍ଚ ବିଦ୍ୟାପୀଠର ଅଧୀକ୍ଷକ, ଉକ୍ତ ସ୍କୁଲ୍ର ପରୀକ୍ଷା ନିରୀକ୍ଷକ ଓ ରିଲିଭରଙ୍କୁ ସସ୍ପେଣ୍ଡ୍ କରାଯାଇଛି। ଏମାନଙ୍କ ବିରୋଧରେ ଥାନାରେ ବି ଏତଲା ଦିଆଯିବ ବୋଲି ବୋର୍ଡ ସଭାପତି ଜାହାନ ଆରା ବେଗମ୍ କହିଛନ୍ତି।କାର‌୍ୟ୍ୟାନୁଷ୍ଠାନ ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା କଥାକୁ ସ୍ୱୀକାର କରିଥିଲା ମାଧ୍ୟମିକ ଶିକ୍ଷା ପରିଷଦ। ଏହା ସହିତ ବୋର୍ଡ ସଭାପତି ଜାହାନ ଆରା ବେଗମ୍ କହିଥିଲେ,“ଗଣିତର ଦୀର୍ଘ ଉତ୍ତରମୂଳକ ପ୍ରଶ୍ନପତ୍ର ଭାଇରାଲ୍ ହୋଇଛି। କେଉଁଠାରୁ ପ୍ରଶ୍ନପତ୍ର ଭାଇରାଲ୍ ହୋଇଛି, ତାହା ବି ଜଣାପଡ଼ିଯାଇଛି। ଏନେଇ ଶୀଘ୍ର କାର‌୍ୟ୍ୟାନୁଷ୍ଠାନ ହେବ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ