ସମ୍ମିଳିତ ଉଦ୍ୟମରେ ଯାଜପୁର ପୈାରାଞ୍ଚଳ ଶ୍ରେଷ୍ଠ ପୈାରାଞ୍ଚଳ ହେବ: ଜିଲ୍ଲାପାଳ

ଯାଜପୁର,-: ଯାଜପୁର ପୈାରାଞ୍ଚଳକୁ ଏକ ଆଦର୍ଶ ଓ ଅତ୍ୟାଧୁନିକ ପୈାରାଞ୍ଚଳରେ ପରିଣତ କରିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ଆହ୍ୱାନ ଦେଇଚ୍ଥନ୍ତି । ଜିଲ୍ଳ୍‌ା ସଦର ମହକୁମାରେ ରହିଥିବା ଏହି ପୈାରାଞ୍ଚଳ ଜିଲ୍ଲାର ପ୍ରତିଚ୍ଥବି ଭାବେ ବିବେଚିତ ହୋଇଥାଏ । ଏହା ରାଜ୍ୟର ପୁରାତନ ରାଜଧାନୀ । ଏଇଠୁ ମଧ୍ୟ ବିକାଶର ବାର୍ତ୍ତା ଯାଉଥିଲା ସମଗ୍ର ରାଜ୍ୟକୁ । ତେଣୁ ସମ୍ମିଳିତ ଉଦ୍ୟମ ଓ ଉତ୍ତରଦାୟୀ ଭାବେ କାର୍ଯ୍ୟ ସଂମ୍ପାଦନ ଦ୍ୱାରା ଏହାକୁ ଶ୍ରେଷ୍ଠ ପୈାରାଞ୍ଚଳ ଭାବେ ଗଢି ତୋଳିବାକୁ ଜିଲ୍ଳ୍‌ାପାଳ ଶ୍ରୀ ଦାସ ସମସ୍ତଙ୍କୁ ଆହ୍ୱାନ ଦେଇଚ୍ଥନ୍ତି । ଶନିବାର ପୂର୍ବାହ୍ନରେ ଯାଜପୁର ପୈାର ପରିଷଦରେ ଜିଲ୍ଲାପାଳ ପହଞ୍ଚି ବିବିଧ ଊନ୍ନୟନ କାର୍ଯ୍ୟ, ବିଭିନ୍ନ ଟ୍ୟାକ୍ସ ସଂଗ୍ରହ, ସାଧାରଣ ଲୋକ ମାନଙ୍କୁ ପ୍ରଦାନ କରାଯାଉଥିବା ମୈାଳିକ ସେବା ସଂପର୍କରେ ସମୀକ୍ଷା କରିଥିଲେ । ସହରବାସୀଙ୍କୁ ସୁସ୍ଥ ପରିବେଶରେ ରଖିବା ସହ ବିଦ୍ୟୁତ, ପାନୀୟ ଜଳ, ସ୍ୱଚ୍ଚ୍ଥ ପରିବେଶ ଯୋଗାଇବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ମେଡିକାଲ ଚ୍ଥକ ଓ ଅନ୍ୟାନ୍ୟ ସ୍ଥାନରେ ପ୍ରାୟ ୩୦ ଟି ଭେଣ୍ଡିଂ ଜୋନର ବ୍ୟବସ୍ଥା କରି ଚ୍ଥୋଟ ବ୍ୟବସାୟୀ ମାନଙ୍କୁ ଥଇଥାନ କରିବାକୁ ସେ ପରାମର୍ଶ ଦେଇଥିଲେ । ସମସ୍ତ ୱାର୍ଡରେ ୱାର୍ଡ ଅପିଂସ କାର୍ଯ୍ୟ କରିବା ସହ ଲୋକମାନେ ସେହି ଅପିଂସ ମାଧ୍ୟମରେ ସେମାନଙ୍କର ସମସ୍ତ ସୁବିଧା ଅସୁବିଧାକୁ ଅବଗତ କରାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ୱାର୍ଡ ଅପିଂସ ମାଧ୍ୟମରେ ମଧ୍ୟ ଟ୍ୟାକ୍ସ ସଂଗ୍ରହ କରାଯାଇ ପାରିବ ଓ ସବିଶେଷ ବିବିଧ ସୂଚନାକୁ ପ୍ରଦାନ କରାଯିବ । ସଂପୃକ୍ତ ୱାର୍ଡର ବାସିନ୍ଦା ଅଯଥା ଖର୍ଚ୍ଚାନ୍ତ ହୋଇ ପୈାର କାର୍ଯ୍ୟାଳୟକୁ ଆଉ ଆସିବାକୁ ପଡିବନାହିଁ । ସମସ୍ତ ୱାର୍ଡର ଆଲୋକିକରଣ ହୋଇଥିବା ବେଳେ ବକେୟ ୪ଟି ଲେନର ଆଲୋକ ବ୍ୟବସ୍ଥାକୁ ତ୍ୱରାନ୍ୱିତ ଭାବେ ଲଗାଯିବ । ସେହିପରି ଆବର୍ଜନାର ସଠିକ ପରିଚାଳନା ପାଇଁ ନିଆଯାଇଥିବା ପଦକ୍ଷେପ ଆଧାରରେ ଏହାକୁ ଅଧିକ କ୍ରିୟାଶୀଳ କରାଯିବ । ବିଶେଷ ଭାବେ ସହର ବାସୀଙ୍କୁ ସେମାନଙ୍କ ସାମାଜିକ ଦାୟିତ୍ୱ ଓ କର୍ତ୍ତବ୍ୟ ସଂପର୍କରେ ସଚେତନ କରାଯିବ । ଯାହା ପଂଳରେ ସହରକୁ ସ୍ୱଚ୍ଚ୍ଥ ଓ ସୁନ୍ଦର ରଖିବାରେ ସେମାନଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ହୋଇପାରିବ ବୋଲି ଜିଲ୍ଲାପାଳ କହିଥିଲେ । ଏହି ସମୀକ୍ଷାରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ପୈାର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି, ପୈାର ପରିଷଦର ସ୍ୱତନ୍ତ୍ର ଅଧିକାରୀ ସୁଦର୍ଶନ ମିଶ୍ର, ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ