ଦ୍ରବ୍ୟ ଓ ସେବା କର ତାଲିମ ଶିବିର
ଯାଜପୁର-: ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲ୍ଲା କୋଷାଗାର ଏବଂ ଦ୍ରବ୍ୟ ଓ ସେବା କର, ଯାଜପୁର ସର୍କଲର ମିଳିତ ଆନୁକୂଲ୍ୟରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା କୋଷାଗାର ଅଧିକାରୀ ଅରକ୍ଷିତ ବେହେରା ଅଧ୍ୟକ୍ଷତା କରିବା ସହ ସରକାରୀ ବ୍ୟବସ୍ଥା ଓ ନିୟମ ଅନୁସାରେ ସମସ୍ତ ଉଠାଣ ଓ ବିତରଣ ଅଧିକାରୀ ସେମାନଙ୍କମର କାର୍ଯ୍ୟାଳୟର ଖର୍ଚ୍ଚ ବ୍ୟବସ୍ଥାକୁ ପରିଚାଳନା କରିବାକୁ ପରାମର୍ଶ ଦେଇଥିଲେ । ପରିବର୍ତ୍ତିତ ନିୟମ ଆଧାରରେ ପ୍ରତ୍ୟେକ ଡି.ଡି.ଓ. ମାନେ ବିଲ୍ ପ୍ରଦାନ ପାଇଁ ସେ ପରାମର୍ଶ ଦେଇଥିଲେ । ଦ୍ରବ୍ୟ ଓ ସେବା କର ବିଭାଗର ଯାଜପୁର ସର୍କଲର ଉପ ଆୟୁକ୍ତ ପୂର୍ଣ୍ଣ ଚନ୍ଦ୍ର ଜେନା ଦ୍ରବ୍ୟ ଓ ସେବା କର ନିୟମାବଳୀ ସଂପର୍କରେ ବିସ୍ତୃତ ଆଲୋକପାତ କରିଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ସବ୍-ଟ୍ରେଜେରୀ ଅଧିକାରୀ, ୧୦୦ ରୁ ଉର୍ଦ୍ଧ୍ୱ ଡି.ଡି.ଓ. ଅଂଶ ଗ୍ରହଣ କରି ସେମାନଙ୍କର ବିଭିନ୍ନ ସନ୍ଦେହ ଓ ବିଲ୍ ସଂପର୍କିତ ସମସ୍ୟା ଗୁଡିତ୍କ ଊତଥାପନ କରିଥିଲେ । ଶେଷରେ ଅତିରିକ୍ତ କୋଷାଗାର ଅଧିକାରୀ ହେମନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।


